ଫେବୃଆରୀ ୧୦ରୁ ଆରମ୍ଭ ହେବ ପିଜି ଏବଂ ଯୁକ୍ତ ୩ କ୍ଲାସ୍

ଭୁବନେଶ୍ବର, (ଓଡିଶା ଟାଇମ୍) :ପିଜି ଏବଂ ୟୁଜି ପାଠପଢା ଓ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି । ଆସନ୍ତା ୧୦ତାରିଖରୁ ପିଜି ଓ ୟୁଜିରେ ପାଠପଢା ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଘୋଷଣା କରିଛନ୍ତି ।

ମନ୍ତ୍ରୀଙ୍କ ଘୋଷଣା ମୁତାବିକ, ଆସନ୍ତା ଫେବ୍ରୁଆରୀ ୧୦ ରୁ ଯୁକ୍ତ ୩ ଦ୍ବିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷ ପାଇଁ କଲେଜରେ ଆରମ୍ଭ ହେବ ପାଠପଢା। ଏଥିପାଇଁ ଫେବ୍ରୁଆରୀ ୮ ରୁ କଲେଜ, ବିଶ୍ବବିଦ୍ୟାଳୟ ଓ ହଷ୍ଟେଲ ଖୋଲିବା । ସମସ୍ତ ଶ୍ରେଣୀଗୃହ ଓ ହଷ୍ଟେଲ ରେ କୋଭିଡ ୧୯ ନିୟମାବଳୀ ଅନୁଯାୟୀ ପାଠପଢା ଆରମ୍ଭ ହେବ। ମାସ୍କ ବାଧ୍ୟତାମୂଳକ ସହ ଶ୍ରେଣୀଗୃହ, ଲାଇବ୍ରେରୀ ଓ ଲାବ୍ରୋଟୋରୀ ସହ ୬ଫୁଟ ର ସାମାଜିକ ଦୂରତା ରଖାଯିବ। ହାତକୁ ଧୋଇବା ଓ ସାନିଟାଇଜ ବାଧ୍ୟତାମୂଳକ କରାଯାଇଛି ।

Leave a Reply

Your email address will not be published. Required fields are marked *