ରାଜ୍ୟରେ ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର
ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜ୍ୟରେ ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ଆଜି ବର୍ଦ୍ଧିତ ଦର ଘୋଷଣା କରାଯାଇଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୫୪ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ୫୮ ପଇସା ବୃଦ୍ଧି ଘଟିଛି। ବର୍ଦ୍ଧିତ ଦର ଜୁନ୍ ୯ ତାରିଖ ସକାଳ ୬ଟାରୁ ଲାଗୁ ହୋଇଛି।
ଏହା ପରେ ପେଟ୍ରୋଲ ଦର ଲିଟର ପ୍ରତି ୭୨.୪୬ ଟଙ୍କାରୁ ୭୩ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଡିଜେଲ ଦର ଲିଟର ପିଛି ୭୦.୫୯ରୁ ୭୧.୧୭କୁ ବୃଦ୍ଧି ପାଇଛି । ସେହପରି କୋଲକାତାରେ ପେଟ୍ରୋଲ ଲିଟର ପିଛା ଦର ୭୪.୯୮ ପଇସା ହୋଇଥିବାବେଳେ ଡିଜେଲ ଲିଟର ପିଛା ୬୭.୨୩ ପଇସା ହୋଇଛି । ମୁମ୍ବାଇରେ ପେଟ୍ରୋଲ ୮୦.୦୧ ଏବଂ ଡିଜେଲ ୬୯.୯୨, ଚେନ୍ନାଇରେ ପେଟ୍ରୋଲ ୭୭.୦୮ ଏବଂ ଡିଜେଲ ଲିଟର ପିଛି ୬୯.୭୪ ପଇସାକୁ ବୃଦ୍ଧି ପାଇଛି ।