ଭୁବନେଶ୍ୱରରେ ୧୦୦ ଟପିଲା ପେଟ୍ରୋଲ
ଭୁବନେଶ୍ବର, (ଓଡିଶା ଟାଇମ୍); ରାଜଧାନୀ ଭୁବନେଶ୍ୱରରେ ସେଞ୍ଚୁରି ମାରିଲା ପେଟ୍ରୋଲ ଦର। ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ଶହେ ଟପିଛି। ମହଙ୍ଗା ମାଡ଼ରେ ଜନସାଧାରଣ ଆକ୍ତାମାକ୍ତା ହେଉଥିବା ବେଳେ ଲଗାତର ଭାବେ ବଢ଼ି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ୧ ପଇସା ରହିଛି। ଏହା ପୂର୍ବରୁ ମାଲକାନଗିରିରେ ପେଟ୍ରୋଲ ଶହେ ପାର୍ କରିଥିଲା। ଆଜି ମାଲକାନଗିରିରେ ପେଟ୍ରୋଲ ଦାମ ଲିଟର ପିଛା ୧୦୫ ଟଙ୍କା ୨ ପଇସା ରହିଛି। ସେହିପରି ଡିଜେଲ ଦାମ ଲିଟର ପିଛା ୧୦୨ ଟଙ୍କା ୧୦ ପଇସା ରହିଛି।
ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରି ସାରିଛି। ଏନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଚେନ୍ନାଇରେ ମଧ୍ୟ ପେଟ୍ରୋଲ ଦର ୧୦୦ ଟଙ୍କା ପାର୍ କରିଛି। ସେହିପରି ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୯୯ ଟଙ୍କା ୧୬ ପଇସା ଥିବାବେଳେ ଡିଜେଲ ୮୯ ଟଙ୍କା ୧୮ ପଇସା ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପ୍ରତି ୧୦୫ ଟଙ୍କା ୨୪ ପଇସାରେ ପହଞ୍ଚି ଥିବାବେଳେ ଡିଜେଲ ୯୬ ଟଙ୍କା ୭୨ ପଇସା ରହିଛି।