ପୁଣି ବୃଦ୍ଧି ପାଇଛି ପେଟ୍ରୋଲ ଓ ଡ଼ିଜେଲ ଦର
ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ବି ବଢିଛି ତେଲ ଦର। ପେଟ୍ରୋଲ ଲିଟର ପିଛା ୨୫ ପଇସା ଏବଂ ଡିଜେଲ ୨୧ ପଇସା ବୃଦ୍ଧି ପାଇଛି । ଲଗାତାର ୨୧ ଦିନ ଧରି ତୈଳଦର ବୃଦ୍ଧି ଘଟିଛି ରାଜଧାନୀ ଦିଲ୍ଲୀରେ ।
୨୧ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୯.୧୨ଟଙ୍କା ଓ ଡ଼ିଜେଲ ୧୧ଟଙ୍କା ବୃଦ୍ଧି ପାଇଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ୩୮ ପଇସା ଓ ଡ଼ିଜେଲ ଦର ୮୦ ଟଙ୍କା ୪୦ ପଇସା ହୋଇଛି। ମୁମ୍ବଇରେ ପେଟ୍ରୋଲ ୮୭ ଟଙ୍କା ୧୪ ପଇସ. ଡ଼ିଜେଲ ୭୮ଟଙ୍କା ୭୧ ପଇସା। ଚେନ୍ନାଇ ଓ କଲକାତାରେ ପେଟ୍ରୋଲ ଯଥାକ୍ରମେ ୮୩.୫୯ ଓ ୮୨.୦୫ ଓ ଡ଼ିଜେଲ ଦର ଲିଟର ପିଛା ୭୭.୬୧ ଓ ୭୫.୫୨ ଟଙ୍କା ରହିଥିବା ସୂଚନା ମିଳିଛି।