କ୍ୟାପିଟାଲ ହସ୍ପିଟାଲ : ଏଣିକି ଦୈନିକ ୧୦୦୦ ଟିକାକରଣ

ଭୁବନେଶ୍ବର, (ଓଡିଶା ଟାଇମ୍) : କ୍ୟାପିଟାଲ ହସ୍ପିଟାଲରେ ଦୈନିକ ୩୦୦ରୁ ୪୦୦ କରୋନା ଟିକା ଦିଆଯାଉଥିବାବେଳେ ଏହି ସଂଖ୍ୟା ବୃଦ୍ଧି କରାଯିବ। ଧାର୍ଯ୍ୟଲକ୍ଷ୍ୟ ପୂରଣ ସହିତ ଯେଭଳିଭାବେ ଅଧିକ ଲୋକ ଟିକା ନେଇପାରିବେ ସେନେଇ ପଦକ୍ଷେପ ଆରମ୍ଭ ହୋଇଛି। ହସ୍ପିଟାଲରେ ଏଣିକି ଦୈନିକ ଏକ ହଜାର ଟିକାକରଣ କରାଯିବା ନେଇ ଯୋଜନା ହୋଇଛି। ଆସନ୍ତା ୨/୩ ଦିନ ମଧ୍ୟରେ ଏନେଇ ପଦକ୍ଷେପ ନିଆଯିବ ବୋଲି ହସ୍ପିଟାଲ ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି।

କରୋନା ମୁକାବିଲା ନିମନ୍ତେ ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ପରୀକ୍ଷଣ ସଂଖ୍ୟା ବଢ଼ାଇବା ସହିତ କରୋନା ନିୟମ ମାନିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବରିଷ୍ଠ ନାଗରିକଙ୍କ ଟିକାକରଣ ପରେ ଏଭଳି ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି। ଏହାବ୍ୟତୀତ ଟିକା ନେବାକୁ ଆସୁଥିବା ବ୍ୟକ୍ତିବିଶେଷଙ୍କ ବିଶ୍ରାମ ନିମନ୍ତେ ସୁବ୍ୟବସ୍ଥିତ କରାଯିବ।

Leave a Reply

Your email address will not be published. Required fields are marked *