ପେଗାସସ୍ ଗୁପ୍ତଚର ମାମଲାରେ ଅଭିଯୋଗ ସ୍ୱୀକାର କଲେ ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ପେଗାସସ୍ ଗୁପ୍ତଚର ମାମଲାକୁ ନେଇ ସୁପ୍ରିମ କୋର୍ଟରେ ହୋଇଥିବା ଅଭିଯୋଗକୁ କୋର୍ଟ ସ୍ୱୀକାର କରିଛନ୍ତି । ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି ହେବ । ଶୁକ୍ରବାର ଦିନ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଏନ.ବି ରମନ୍ନା ବେଞ୍ଚରେ ଏହି ମାମଲା ଦାଖଲ କରାଯାଇଥିଲା । ଏହାକୁ ନେଇ ମୁଖ୍ୟ ବିଚାରପତି କହିଛନ୍ତି କି ଆଗାମୀ ସପ୍ତାହରେ ଏହି ମାମଲାର ଶୁଣାଣି ହେବ ।
ସୁପ୍ରିମ କୋର୍ଟର ବରିଷ୍ଠ ଓକିଲ କପିଲ ଶିବଲ ଶୁକ୍ରବାର ଦିନ ଏହି ମାମଲାକୁ ମୁଖ୍ୟ ବିଚାରପତିଙ୍କ ସାମ୍ନାରେ ରଖିଥିଲେ । ସେ ବରିଷ୍ଠ ପ୍ରତ୍ରକାର ଏନ୍ ରାମଙ୍କ ଦ୍ୱାରା ଦାଖଲ କରାଯାଇଥିବା ଯାଚିକା ବାବଦରେ କହିଥିଲେ । ଏହାପରେ ମୁଖ୍ୟ ବିଚାରପତି ଏହି ମାମଲାର ଶୁଣାଣି ଆଗାମୀ ସପ୍ତାହରେ ହେବ ବୋଲି କହିଛନ୍ତି ।
କହିରଖୁ କି ଅର୍ନ୍ତରାଷ୍ଟ୍ରୀୟ ଗଣମାଧ୍ୟମ ଦ୍ୱାରା ଏହି ମାମଲାର ଖୋଲାସା କରାଯାଇଥିଲା । ଏଥିରେ କୁହାଯାଇଥିଲା କି ଇଜ୍ରାଇଲ ସଫ୍ଟୱେୟାର ପେଗାସସ୍ କୁ ବ୍ୟବହାର କରି ଭାରତ ସମେତ ବିଶ୍ୱର ଅନେକ ଦେଶର ପତ୍ରକାର, ନେତା ଓ ଅନ୍ୟ ବରିଷ୍ଠ ବ୍ୟକ୍ତିମାନଙ୍କୁ ଟାର୍ଗେଟ କରାଯାଉଛି । ଏହି କ୍ରମରେ ଫୋନ ଟ୍ୟାପିଂ ମାମଲା ବି ସାମ୍ନାକୁ ଆସିଥିଲା । ଅନ୍ୟପଟେ ପେଗାସସ୍ ମାମଲା ଆସିବା ପରେ ଏହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ମୌସୁମୀ ଅଧିବେଶନରେ ଏହି ପ୍ରସଙ୍ଗ ଆଲୋଚନା କରିବା ନେଇ ବାରମ୍ବାର ବିରୋଧୀଦଳମାନେ ଦାବି କରୁଛନ୍ତି ।
Supreme Court to hear the plea of senior journalists N Ram & Sashi Kumar next week, seeking inquiry headed by a sitting or retired judge of top court to investigate into the reports of government using Israeli software Pegasus to spy on politicians, activists, and journalists pic.twitter.com/PuBCnVfE27
— ANI (@ANI) July 30, 2021