୩୧ ତମ ସପ୍ତାହବ୍ୟାପୀ ପିକକ୍ ଶିଶୁମେଳା ଉଦ୍‍ଘାଟିତ

ଭୁବନେଶ୍ବର, (ଓଡିଶା ଟାଇମ୍) :ଶିଶୁମାନେ ଭବିଷ୍ୟତ ରେ ବଡହେବା ପାଇଁ ସ୍ଵପ୍ନ ଦେଖିବା ଓ ଏହି ସ୍ଵପ୍ନ କୁ ସାକାର କରିବା ଲାଗି ନିରନ୍ତର ନିଜର ପ୍ରୟାସ ଜାରି ରଖିବା ଆବଶ୍ୟକ । ପିତାମାତା, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନେ ଏଥିପାଇଁ ପ୍ରେରଣା ଯୋଗାଇ ଦେବାକୁ ‘ପିକକ୍‍’ ଶିଶୁମେଳାର ଉଦ୍‍ଘାଟନ ସମାରୋହରେ ବିଶିଷ୍ଟ ଅତିଥି ଓ ବକ୍ତାମାନେ ଆହ୍ଵାନ ଦେଇଛନ୍ତି। ଶିଶୁ ମାନଙ୍କର ଅନ୍ତର୍ନିହିତ ପ୍ରତିଭା ଓ ଗୁଣାବଳୀ କୁ ପ୍ରୋତ୍ସାହନ ଦେବା ନିମନ୍ତେ ସବୁ ସ୍ତରରେ ଉଦ୍ୟମ ହେବା ଉଚିତ୍‍ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି ।

୩୧ ତମ ପିକ‍କ୍‍ ଶିଶୁମେଳା ର ଉଦ୍‍ଘାଟନ ଉତ୍ସବ ଶିଶୁ ଦିବସ ଦିନ ଭୁବନେଶ୍ୱର ରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ ମହାମାରୀ ଯୋଗୁଁ ପିଲାମାନ ଙ୍କ ର ସୁରକ୍ଷା କୁ ଦୃଷ୍ଟି ରେ ରଖି ଡିଜିଟାଲ ମଞ୍ଚ ରେ ଶିଶୁମେଳା ର ଉଦ୍‍ଘାଟନ ସମାରୋହ ଆୟୋଜିତ ହୋଇଥିଲା । ଶିଶୁ ମାନଙ୍କ ପାଇଁ କାର‌୍ୟ୍ୟରତ ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ପିପୁଲ୍‍ସ୍‍ କଲ୍‍ଚରାଲ୍‍ ସେଣ୍ଟର (ପିକକ୍‍) ପକ୍ଷରୁ ଆୟୋଜିତ ଏହି କାର‌୍ୟ୍ୟକ୍ରମ ରେ ଯୋଗଦେଇ ରାଜ୍ୟ ସଂସ୍କୃତି ବିଭାଗ ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ରଞନ କୁମାର ଦାସ୍, ପିକକ୍ ର ଶିଶୁ ଅଧିକାର ପ୍ରସାର ପାଇଁ ଗୁଡୱିଲ ଆମ୍ବାସଡର ଭୂମିକା ଦାଶ, ପିକକ୍ ର ଶିଶୁ ମାନଙ୍କର ଖେଳ ଅଧିକାର ପ୍ରସାର ପାଇଁ ଗୁଡୱିଲ ଆମ୍ବାସଡର ଅଂଶିକା ରାଉତରାୟ, ବିଶିଷ୍ଟ କ୍ରିଡାବିତ୍‍ ଓ ଅଲମ୍ପିଆନ୍‍ ଅନୁରାଧା ବିଶ୍ଵାଳ ପ୍ରମୁଖ ଙ୍କ ଉପସ୍ଥିତି ରେ ପ୍ରଦୀପ ପ୍ରଜ୍ୱଳନ କରି ପିକକ୍ ର ୩୧ ତମ ସପ୍ତାହବ୍ୟାପୀ ଶିଶୁମେଳା ର ଉଦ୍‍ଘାଟନ କରିଥିଲେ । ବରିଷ୍ଟ ପ୍ରଶାସକ ଶ୍ରୀଯୁକ୍ତ ରଞନ କୁମାର ଦାସ୍ ପିଲାମାନଙ୍କୁ ସ୍ୱାଧିନତା ଦେବା ଉଚିତ୍‍ ଓ ସ୍ୱାଧିନତା ପାଇଲେ ହିଁ ସେମାନେ ଅଧିକ ଦାଇତ୍ୱ ସମ୍ପନ୍ନ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ।

ପିକକ୍ ର ଶିଶୁମେଳା କମିଟି ର ସଭାପତି ତଥା ବରିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟକ ଏହି ଉଦ୍‍ଘାଟନ ସମାରୋହ ରେ ସଭାପତିତ୍ୱ କରିଥିଲେ ଓ ଶିଶୁ ମାନଙ୍କ ମୁଁହରେ ହସ ଫୁଟାଇବା ପାଇଁ ପିକକ୍‍ ନିରବଛିନ୍ନ ଭାବରେ କାର‌୍ୟ୍ୟରତ ବୋଲି କହିଥିଲେ। ପିକକ୍ ର ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜନ କୁମାର ମହାନ୍ତି, ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ ସପ୍ତାହବ୍ୟାପି କାର‌୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ପିଲାମାନଙ୍କ ପାଇଁ ଏକ ସୁରକ୍ଷିତ ବାତାବରଣ ଓ ଆନନ୍ଦମୟ ଶୈଶବ ସୁନିଶ୍ଚିତ କରିବା ସମସ୍ତଙ୍କ ର ଦାଇତ୍ଵ ବୋଲି ସେ କହିଥିଲେ। ପିକକ୍‍ ର ଅଧ୍ୟକ୍ଷା ମିନାକ୍ଷୀ ପଣ୍ଡା ମଧ୍ୟ ଉଦ୍‍ଘାଟନ ସମାରୋହ ରେ ଯୋଗ ଦେଇ ପିଲାମାନଙ୍କୁ କୋଭିଡ୍‍ ପରିସ୍ଥିତି ରେ ଧର‌୍ୟ୍ୟ ନ ହରାଇ ନିଜକୁ ସୁରକ୍ଷିତ ରଖି ଚଳିବା ପାଇଁ ପରାମର୍ଶ ଦେଇଥିଲେ । ବିଶିଷ୍ଟ ଚଳଚିତ୍ର ଅଭିନେତ୍ରୀ ଭୂମିକା ଦାଶ ପିଲାମାନଙ୍କୁ ନିଜର ଅନ୍ତର୍ନିହିତ ପ୍ରତିଭା ର ବିକାଶ ପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ବିଶିଷ୍ଟ କ୍ରିଡାବିତ୍‍ ଅଂଶିକା ରାଉତରାୟ ପିଲାମାନ ଙ୍କୁ ନିଜକୁ ସୁରକ୍ଷିତ ରଖିବା ଓ ନିଜର ସ୍ୱପ୍ନକୁ ସାକାର କରିବା ଉପରେ ଗୁରୁତ୍ଵୋରାପ କରିଥିଲେ ।

ଅନ୍ୟମାନ ଙ୍କ ମଧ୍ୟରେ ଅଲମ୍ପିଆନ୍‍ ଅନୁରାଧା ବିଶ୍ଵାଳ ସବୁ ଶିଶୁଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆମେ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି ସେ ମତ ରଖିଥିଲେ। ପିକକ୍ ର କାର‌୍ୟ୍ୟନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ଅନୁରାଧା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ପିକକ୍ ର ରତ୍ନା ଦାଶ, ଜ୍ୟୋତିଶଙ୍କର ମହାନ୍ତି, ପ୍ରଶାନ୍ତ କୁମାର ମଲ୍ଲିକ ପ୍ରମୁଖ କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର‌୍ୟ୍ୟକ୍ରମ ୨୦ ତାରିଖ ପର‌୍ୟ୍ୟନ୍ତ ଚାଲୁ ରହିବ। ପିକକ୍‍ ଶିଶୁମେଳା ରେ ଅନୁଷ୍ଠିତ ହେଉଥିବା ସମସ୍ତ ପ୍ରତିଯୋଗୀତା ଓ ସାଂସ୍କୃତିକ କାର‌୍ୟ୍ୟକ୍ରମ କୁ ପିକ‍କ୍‍ ର ଫେସ୍ବୁକ୍‍ ପେଜ୍‍ ରେ ନଭେମ୍ବର ୧୪ ରୁ ଆରମ୍ବ କରି ନଭେମ୍ବର ୨୦ ତାରିଖ ପ୍ରର‌୍ୟ୍ୟନ୍ତ ପ୍ରତ୍ୟକ ଦିନ ସଂଧ୍ୟା ୬:୩୦ ରେ ଫେସ୍ବୁକ୍‍ ଲାଇଭ କରାଯିବ ଓ ବିଭିନ୍ନ ପ୍ରତିଯୋଗୀତା ର ଫଳାଫଳ କୁ ଘୋଷଣା କରାଯିବ । ପ୍ରତିଯୋଗୀତାରେ ବିଜୟୀ ହୋଇଥିବା ପ୍ରତିଯୋଗୀମାନଙ୍କ ପୁରସ୍କାର ଓ ସାର୍ଟିଫିକେଟ୍‍ କୁ ଡାକ ଯୋଗେ ସେମାନଙ୍କ ଠିକଣା କୁ ପଠାଇ ଦିଆଯିବ। ନଭେମ୍ବର ୨୦ ତାରିଖ ଦିନ ଏକ ସ୍ୱତନ୍ତ୍ର କାର‌୍ୟ୍ୟକ୍ରମରେ ପିକକ ର ବାର୍ଷିକ ସମ୍ମାନ ପ୍ରଦାନ କରାଯିବ ।

Leave a Reply

Your email address will not be published. Required fields are marked *