ମହଙ୍ଗା ପଡିଲା ଥାନାରେ ଥାର୍ଡ ଡିଗ୍ରୀ, ଆଇଆଇସି ସସପେଣ୍ଡ

ଭୁବନେଶ୍ୱର, (ଓଡିଶା ଟାଇମ୍) : ଥାନାରେ ଯୁବକଙ୍କୁ ମାଡ ମାରିବା ଆଇଆଇସିଙ୍କୁ ମହଙ୍ଗା ପଡିଲା । କେନ୍ଦୁଝର ସ୍ଥିତ ପାଟଣା ଥାନା ମହିଳା ଆଇଆଇସି ସନ୍ଧ୍ୟାରାଣୀ ଜେନା ନିଲମ୍ବିତ କରିଛନ୍ତି ଡିଜିପି ଶ୍ରୀ ଅଭୟ । ଏ ନେଇ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି ।

ଘଟଣାନୁଯାୟୀ, କେନ୍ଦୁଝର ଜିଲ୍ଲା ସ୍ଥିତ ପାଟଣା ଥାନାରେ ଦବଙ୍ଗଗିରି ଓ ପୋଲିସ ନିର୍ୟାତନ ଦେଉଥିବା ଘଟଣା ସାମ୍ନାକୁ ଆସିଥିଲା । ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା ଥାନା ଭିତରେ ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟିବା ସହ ତଳେ ପକାଇ ଗୋଇଠା ମାରିଥିବା ସମୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଭିଡ଼ିଓ ଭାଇରାଲ ହେବା ପରେ ଏହି ଘଟଣା ଚର୍ଚ୍ଚାର ବିଷୟବସ୍ତୁ ପାଲଟିଥିଲା । ଏହାପରେ କେନ୍ଦୁଝର ଏସପି ଘଟଣାର ତଦନ୍ତ ନିର୍ଦ୍ଦେଶ ଘଟଗାଁ ଏସଡ଼ିପିଓଙ୍କୁ ଦେବା ସହ ହାଜତରେ ଏହିପରି କାର୍ୟ୍ୟକଳାପ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ । ଏହା ମଧ୍ୟ କହିଥିଲେ ଘଟଣାଟି ସତ ହୋଇଥିଲେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ମାଡ଼ ମରାଯାଇଥିବା ଯୁବକ ଜଣକ ପାଟଣା ଥାନା ତାଳସରୁଆ ଗ୍ରାମର ଚିତ୍ତରଞ୍ଜନ ମହାନ୍ତ । ତାଙ୍କୁ ଏକ ଜମିବାଡ଼ି ବିବାଦକୁ ନେଇ ମାଡ଼ ମରାଯାଇଥିବା ନେଇ ସୂଚନା ମିଳିଛି ।

Leave a Reply

Your email address will not be published.