ଉଡ଼ିଗଲା ଶ୍ରୀମନ୍ଦିର ପତିତପାବନ ବାନା

ଭୁବନେଶ୍ବର, (ଓଡିଶା ଟାଇମ୍) : ପୁରୀ ସହରରେ ଭୀଷଣ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା । ବଡ଼ଦାଣ୍ଡରେ ଆଣ୍ଠୁଏ ପାଣି । ସହରର ବିଭିନ୍ନ ଗଳିକନ୍ଦି ଏବ ତଳିଆ ଅଞ୍ଚଳରେ ପାଣି ଜମିଯାଇଛି । ସହରରେ ବର୍ଷା ପବନ ଲାଗି ରହିଛି । ରଥଖଳା ଜଳାର୍ଣ୍ଣବ ହୋଇଛି । ସେହିପରି ଶ୍ରୀମନ୍ଦିର ନୀଳଚକ୍ରରେ ବଜ୍ରପାତ ହୋଇଛି । ଏଥିରେ ନୀଳଚକ୍ରରୁ ବାନା ଓ ବାଉଁଶ ଖସିପଡ଼ିଛି ।

ବଜ୍ରାଘାତରେ ବାଉଁଶ ସହ ବାନା ତଳକୁ ଖସି ପଡିଛି । ତେବେ ଏଥିପାଇଁ କୌଣସି ନିତିକ୍ରାନ୍ତି ପ୍ରଭାବିତ ହୋଇନାହିଁ। ବିଭିନ୍ନ ସମୟରେ ବାନା ଉଡିଯିବା ନେଇ ନିଳଚକ୍ରରେ ବନ୍ଧାଯାଇଥିବା ଛୋଟ ବାନାଟି ରହିଛି। ଏଣୁ ବାନା ଉଡିଗଲେ ବି ନିତିକ୍ରାନ୍ତି ପୁର୍ବଭଳି ଚାଲିଛି ବୋଲି ବରିଷ୍ଠ ଦଇତାପତି ସେବାୟତ କହିଛନ୍ତି ।

Leave a Reply

Your email address will not be published.