ପାଠକ ବାପ-ପୁଅଙ୍କୁ ଜାମିନ୍‌ ମିଳିଗଲା

ଭୁବନେଶ୍ବର, (ଓଡିଶା ଟାଇମ୍) :ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ୍‌। ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ଆଇଏଫଏସ୍‌ ତଥା ପୂର୍ବତନ ଅତିରିକ୍ତ ସିସିଏଫ୍‌ ଅଭୟକାନ୍ତ ପାଠକ ଏବଂ ଠକେଇ ଓ ଅନ୍ୟାନ୍ୟ ଅଭିଯୋଗରେ ଗିରଫ ଆକାଶ ପାଠକଙ୍କୁ ଜାମିନ ମିଳିଛି। ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ବହୁଚର୍ଚ୍ଚିତ ସିନିୟର ଓ ଜୁନିୟର ପାଠକଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି।

ଗତ ନଭେମ୍ବର ମାସରେ ଏହି ବହୁଚର୍ଚ୍ଚିତ ଆଇଏଫଏସ୍‌ ଅଭୟକାନ୍ତ ପାଠକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ବିପୁଳ ଅର୍ଥ, ସୁନାଗହଣା ଓ ଆୟବର୍ହିଭୂତ ସ୍ଥାବର-ଅସ୍ଥାବର ସଂପତ୍ତି ମିଳିଥିଲା। ରାଜ୍ର ଇତିହାସରେ ସବୁଠାର ବଡ଼ ଭିଜିଲାନ୍ସ ଚଢ଼ାଉ କୁହାଯାଉଥିବା ଏହି ମାମଲାରେ କୋଟି କୋଟି ଟଙ୍କର ସମ୍ପତ୍ତିର ହିସାବ ଭିଜିଲାନ୍ସ ଟିମ୍‌କୁ ଟେନସନ୍ କରିଦେଇଥିଲା। ଏହା ପରେ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କ ଠକେଇ ସାମ୍ରାଜ୍ୟ ଧରାପଡ଼ିଥିଲା।

Leave a Reply

Your email address will not be published.