ଆଳୁ ଚୋପାରେ ଆପଣଙ୍କ ବ୍ଲଡ ପ୍ରେସର କମିପାରିବ, କିପରି ପଢନ୍ତୁ

(ଓଡିଶା ଟାଇମ୍) :ଘରେ ଘରେ ଆଳୁର ବହୁଳ ବ୍ୟବହାର ହୋଇଥାଏ । ବିନା ଆଳୁରେ ରୋଷେଇ ଯେପରି ଅସମ୍ଭବ ଲାଗେ। କିନ୍ତୁ ଆଳୁ ଚୋପା ଖାଇବା କଥା ଆପଣ କେବେ ଚିନ୍ତା କରିଛନ୍ତି କି ? ଯଦି ନୁହେଁ ତେବେ ଆଗକୁ ନିଜ ଘରେ ଯେବେ ଆଳୁର ତରକାରୀ ତିଆରୀ ହେବ ଚୋପାକୁ ନଫୋପାଡି ଆପଣ ଏହାକୁ ରୋଗରୁ ରକ୍ଷା ପାଇବା ପାଇଁ ବ୍ୟବହାର କରି ପାରିବେ ଏବଂ ଔଷଧ ଖର୍ଚ୍ଚରୁ ମଧ୍ୟ ବଞ୍ଚିପାରିବେ।

ଉଚ୍ଚ ରକ୍ତଚାପ

ଆଳୁରେ ପ୍ରଚୁର ପରିମାଣର ପୋଟାସିୟମ ଥାଏ। ପୋଟାସିୟମ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।

ଓଜନ କମ୍ କରାଏ

ଆଳୁରେ କାର୍ବୋହାଇଡେଟ୍ ଥାଏ। ଯାହା ଶରୀରର ଓଜନ ନିୟନ୍ତ୍ରଣ କରିବାରେ ଗୁରୁତ୍ଵପୁର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ୧୦୦ଗ୍ରାମ ଆଳୁରେ ୧.୫ ପ୍ରତିଶତ ନ୍ୟୁଟ୍ରିଏଣ୍ଟସ୍ ଓ ଫାଇବରର ମାତ୍ରା ୯୦ ପ୍ରତିଶତ ପର୍ଯ୍ୟନ୍ତ କମ ହୋଇଯାଏ। ଆଳୁ ଚୋପାରେ ଥିବା ବିଟା କ୍ୟାରୋଟିନ୍ ହଜମକ୍ରିୟାରେ ସହାୟକ ହୋଇଥାଏ।

କ୍ୟାନ୍ସର

ଆଳୁ ଚୋପାରେ ଫାଇଟୋନ୍ୟୁଟ୍ରିଏଣ୍ଟ୍ସ ଭରପୁର ମାତ୍ରାରେ ଥାଏ। ଯାହା ଆଣ୍ଟିଅକ୍ସିଡେଣ୍ଟ କାମ କରିଥାଏ। ଏହାଛଡା ଏଥିରେ ବହୁ ମାତ୍ରାରେ କ୍ଲୋରୋଜେନିକ ଏସିଡ ରହିଥାଏ। ଏହି ଏସିଡ୍ କ୍ୟାନ୍ସର ପାଇଁ ଦାୟୀ ତତ୍ତ୍ଵ ଗୁଡ଼ିକୁ ନିୟନ୍ତ୍ରଣ କରେ।

ସ୍ନାୟୁକୁ ରଖେ ସୁସ୍ଥ

ଆଳୁ ଚୋପା ବିପାକ କ୍ରିୟାକୁ ଠିକ କରିବାରେ ସାହାଯ୍ୟ କରେ। ବିଶେଷଜ୍ଞଙ୍କ ମତ ଅନୁସାରେ ଆଳୁ ଚୋପା ଖାଇବା ଦ୍ୱାରା ସ୍ନାୟୁ ମଧ୍ୟ ସୁସ୍ଥ ରହେ।

ସ୍ଵାସ୍ଥ୍ୟପ୍ରଦ

ଯହି ଆପଣ ଆଇରନ କମ ହେତୁ ଚିନ୍ତିତ ଅଛନ୍ତି ତେବ ଅନ୍ୟ ପରିବା ସହ ଆପଣ ଆଳୁ ଚୋପା ଖାଇବା ଆରମ୍ଭ କରିଦିଅନ୍ତୁ।ଏପରି କରିବା ଶରୀର ପାଇଁ ସ୍ୱାସ୍ଥ୍ୟକର ସାବ୍ୟସ୍ତ ହେବ। ଆଳୁ ଚୋପାରେ ଆଇରନ ମଧ୍ୟ ଭରପୁର ଥାଏ।

ଶରୀରକୁ ରଖେ ମଜବୁତ୍

ଆଳୁ ଚୋପାରେ ପ୍ରଚୁର ପରିମାଣରେ ଭିଟାମିନ ବି୩ ମିଳେ।ଏହି ଭିଟାମିନ ଶରୀରକୁ ମଜଭୁତ କରିବା ସହ ଶକ୍ତି ଯୋଗାଇଥାଏ।

ପାଚନ କ୍ରିୟା

କେବଳ ଏତିକି ନୁହଁ ଆଳୁରେ ପ୍ରଚୁର ପରିମାଣରେ ଫାଇବର ମଧ୍ୟ ଭରି ରହିଥାଏ। ଏହା ଶରୀରର ପାଚନ କ୍ରିୟାକୁ ନିୟନ୍ତ୍ରଣ କରେ।

Leave a Reply

Your email address will not be published. Required fields are marked *