ଦେଶରେ ପ୍ରଥମ: ଆଜି ଲଞ୍ଚ କରିବ କରୋନାର ଆୟୁର୍ବେଦିକ ଔଷଧ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ସାରା ବିଶ୍ବରେ ମହାମାରୀ ରୂପେ ବିନାଶ ସୃଷ୍ଟି କରୁଥିବା କରୋନା ଭାଇରସ୍ ର ଚିକିତ୍ସା ପାଇଁ ବିଶ୍ବବ୍ୟାପୀ ପ୍ରୟାସ ଜାରି ରହିଛି । କିନ୍ତୁ ଏହି ସମୟ ମଧ୍ୟରେ ବାବା ରାମଦେବଙ୍କ ପ୍ରତିଷ୍ଠାନ ପତଞ୍ଜଳି ମଙ୍ଗଳବାର ଦିନ କରୋନା ଆଣ୍ଟିବଡି ବିଶିଷ୍ଟ ପ୍ରଥମ ଆୟୁର୍ବେଦିକ ଔଷଧ କୋରୋନିଲର ଲଞ୍ଚ୍ କରିବାକୁ ଯାଉଛି । କରୋନାର ଆୟୁର୍ବେଦିକ ଔଷଧ କୋରୋନେଲକୁ ମଙ୍ଗଳବାର ଅପରାହ୍ନ ୧ଟା ସମୟରେ ହରିଦ୍ବାରର ପତଞ୍ଜଳି ଯୋଗପୀଠରେ ଲଞ୍ଚ୍ କରିବେ । ଏହି ଅବସରରେ ବାବା ରାମଦେବ ମଧ୍ୟ ଉପସ୍ଥିତ ରହିବେ।

ପତଞ୍ଜଳି ଆୟୁର୍ବେଦିକ ଔଷଧ ତରଫରୁ ପତଞ୍ଜଳି ମଙ୍ଗଳବାର ଦିନ କୋଭିଭ୍-୧୯ ରୋଗୀଙ୍କ ଉପରେ ଏକ ରାଣ୍ଡୋମାଇଜଡ୍ ପ୍ଲେସେବୋ ନିୟନ୍ତ୍ରିତ କ୍ଲିନିକାଲ୍ ଟ୍ରାଏଲ ଫଳାଫଳକୁ ପ୍ରକାଶ କରିବ । ବାଲକ୍ରିଷ୍ଣ କହିଛନ୍ତି, ପତଞ୍ଜଳିର ଏହି ଔଷଧ ଦ୍ବାରା ୫ରୁ ୧୪ ଦିନ ମଧ୍ୟରେ କରୋନା ରୋଗୀ ଆରୋଗ୍ୟ ହେଉଛି। କରୋନା ବ୍ୟାପିବା ପରେ ଆମେ ଏକ ବୈଜ୍ଞାନିକ ଟିମ୍‌ଙ୍କୁ ନିଯୁକ୍ତ କରିଥିଲୁ। ପ୍ରଥମତଃ ଏହି ଭୂତାଣୁକୁ ଅନୁକରଣ କରାଯାଇଥିଲା ଏବଂ ଏହା ସହିତ ଲଢ଼ିବା ଓ ଶରୀରରେ ଏହା ନ ବ୍ୟାପିବା ଲାଗି ଆବଶ୍ୟକ ଯୌଗିକଗୁଡ଼ିକୁ ଚିହ୍ନଟ କରାଯାଇଥିଲା। ଏହା ପରେ ଆମେ ୧୦୦ ରୋଗୀଙ୍କୁ ନେଇ ଏକ ପରୀକ୍ଷା କରିଥିଲୁ, ଯେଉଁଥିରେ ୧୦୦ ପ୍ରତିଶତ ସଫଳତା ମିଳିଛି। ଆମ ଔଷଧ ସେବନ କରିବା ପରେ କରୋନା ରୋଗୀମାନେ ୫ରୁ ୧୪ ଦିନ ମଧ୍ୟରେ ଆରୋଗ୍ୟ ହୋଇଥିଲେ ଏବଂ ସେମାନଙ୍କ ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଥିଲା। ତେଣୁ ଆୟୁର୍ବେଦ ମାଧ୍ୟମରେ କରୋନାର ଚିକିତ୍ସା ସମ୍ଭବ ବୋଲି ବାଲକ୍ରିଷ୍ଣ କହିଛନ୍ତି। ଆଗାମୀ ୪/୫ ଦିନ ମଧ୍ୟରେ ଆମେ ଚିକିତ୍ସା ସମ୍ପର୍କିତ ତଥ୍ୟ ଏବଂ ପ୍ରମାଣ ପ୍ରକାଶ କରାଯିବ ବୋଲି ସେ କହିଛନ୍ତି। ଏହା ସହିତ ନିଜକୁ ସୁସ୍ଥ ରଖିବା ଲାଗି ଲୋକମାନେ ଯୋଗାଭ୍ୟାସ କରିବାକୁ ବାଲକ୍ରିଷ୍ଣ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published.