ପାଟଣା ୨୧ ନଂ ଜୋନରେ ବିଜେଡିର ପ୍ରଫୁଲ୍ଲ ଚନ୍ଦ୍ର ନାଏକ ବିଜୟୀ
ପାଟଣା, (ଓଡ଼ିଶା ଟାଇମ୍): ପାଟଣା ବ୍ଲକ ୨୧ ନଂ ଜୋନ ରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଫୁଲ୍ଲ ଚନ୍ଦ୍ର ନାଏକ ବିଜୟୀ ହୋଇଛନ୍ତି। ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ସତ୍ୟବ୍ରତ ନାଏକଙ୍କୁ ପରାସ୍ତକରି ସେ ବିଜୟୀ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ବିଜେପି ପ୍ରାର୍ଥୀ ସତ୍ୟବ୍ରତ ଶାସକ ବିଜୁ ଜନତା ଦଳର ବିଧାୟକ ଜଗନ୍ନାଥ ନାଏକଙ୍କ ବଡ଼ ଭାଇ ଥିବାରୁ ବିଜେଡିର ଏଠାରେ ଏହି ବିଜୟକୁ ନେଇ ବିଜେଡି ଶିବିରରେ ଆନନ୍ଦର ଲହରୀ ଖେଳି ଯାଇଛି ।