୩୦ ପ୍ରତିଶତ କଟିବ ସାଂସଦଙ୍କ ଦରମା, ସଂସଦରେ ବିଲ୍ ପାସ୍
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :କରୋନା ଭାଇରସ୍ ମହାମାରୀ ମଧ୍ୟରେ ସାଂସଦଙ୍କ ଦରମା କାଟ୍ ପାଇଁ ପ୍ରସ୍ତୁତି ହୋଇ ସାରିଛି। କୋଭିଡ୍-୧୯ ମହାମାରୀ କାରଣରୁ ତତ୍ପନ ସ୍ଥିତିର ମୁକାବିଲା ଲାଗି ଗୋଟିଏ ବର୍ଷ ପାଇଁ ସାଂସଦଙ୍କ ଦରମାରୁ ୩୦ ପ୍ରତିଶତ କଟାଯିବ। ଏହି ସଂପର୍କିତ ବିଧେୟକ ଆଜି ସଂସଦରେ ଗୃହୀତ ହୋଇଛି। ରାଜ୍ୟସଭାରେ ବେତନ, ଭତ୍ତା ଓ ପେନସନ ସଂଶୋଧନ ବିଧେୟକ ୨୦୨୦କୁ ଗୃହୀତ ହୋଇଛି। ଲୋକସଭାରେ ଏହି ବିଧେୟକକୁ ମଙ୍ଗଳବାର ହିଁ ମଞ୍ଜୁରୀ ମିଳି ସାରିଥିଲା।
ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୁରୁବାର ରାଜ୍ୟସଭାରେ ସାଂସଦଙ୍କ ବେତନ ଓ ଭତ୍ତା ସମ୍ବନ୍ଧିତ ବିଧେୟକ ଉପସ୍ଥାପନ କରିଥିଲେ। ଉଚ୍ଚସଦନରେ ମଧ୍ୟ ବିଧେୟକ ପାରିତ ହୋଇଛି। ମଙ୍ଗଳବାର ନିମ୍ନ ସଦନରେ ସଂକ୍ଷିପ୍ତ ଆଲୋଚନା ପରେ ସାଂସଦଙ୍କ ଦରମା, ଭତ୍ତା ଏବଂ ପେନସନ ସଂଶୋଧନ ବିଧେୟକ ୨୦୨୦କୁ ଧ୍ଵନିମତରେ ମଞ୍ଜୁରୀ ମିଳିଥିଲା। ଏହି ବିଧେୟକଙ୍କୁ ସାଂସଦ ବେତନ, ଭତ୍ତା ଓ ପେନସନ ଅଧ୍ୟାଦେଶ ୨୦୨୦ ସ୍ଥାନରେ ଲାଗୁ କରାଯାଇଛି।
ସାଂସଦଙ୍କ ବେତନ, ଭତ୍ତା ଓ ପେନସନ ଅଧିନିୟମ ୧୯୫୪ରେ ସଂଶୋଧନ କରାଯାଇଛି। କରୋନା ଭାଇରସ ମହାମାରୀ ମଧ୍ୟରେ ଏହି ଅଧ୍ୟାଦେଶକୁ ଏପ୍ରିଲ ୬ରେ ମନ୍ତ୍ରିମଣ୍ଡଳରୁ ମଞ୍ଜୁରୀ ମିଳିଥିଲା। ଏହା ଏପ୍ରିଲ ୭ରେ ଲାଗୁ ହୋଇଥିଲା।