ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ୫୬ ନେତାଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ସୋମବାର ଦିନ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମ ଦିନ ସଂସଦରେ ନାନା ହଙ୍ଗାମା ହୋଇଥିଲା। ବିରୋଧୀ ଦଳ ମହଙ୍ଗା ଦର, ବେକାର ସମସ୍ୟା ଓ କୃଷକ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିଲେ। ମୌସୁମୀ ଅଧିବେଶନର ପ୍ରଥମ ଦିନରେ ସଂସଦର ଉଭୟ ଗୃହରେ ମୋଟ ୫୬ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଜଣେ ଲୋକସଭା ଅଧିକାରୀଙ୍କ ଅନୁସାରେ ସଂସଦରେ ଦିଆଯାଇଥିବା ଶ୍ରଦ୍ଧାଞ୍ଜଳିରେ ଏହା ସର୍ବାଧିକ।

ସଂସଦରେ ଦିଆଯାଇଥିବା ୫୬ ଶ୍ରଦ୍ଧାଞ୍ଜଳି ମଧ୍ୟରେ ୪୦ ପୂର୍ବତନ ଲୋକସଭା ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ଏବଂ ୧୬ ରାଜ୍ୟସଭା ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଇତି ମଧ୍ୟରେ କଂଗ୍ରେସ ନେତା ଓ ରାଜ୍ୟସଭା ସଦସ୍ୟ ପି.ଚିଦାମ୍ବରମ କହିଥିଲେ ଯେ, ସୋମବାର ଦିନ ଯେଉଁ ଶୋକ ସମାଚାର ପେଶ କରାଯାଇଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ପୂର୍ବତନ ସାଂସଦଙ୍କ ପାଇଁ ଥିଲା। ସଥିପାଇଁ ସଂସଦର କାର୍ଯ୍ୟ ଉପରେ କୌଣସି ପ୍ରଭାବ ପଡ଼ିବନାହିଁ।

ଆଗକୁ ସେ କହିଥିଲେ ଯେ, ‘ଦେଶରେ ବହୁ ସମୟ ଧରି କରୋନା ପରିସ୍ଥିତି ଯୋଗୁଁ ଜନତାଙ୍କୁ ସଦସ୍ୟଙ୍କ ମୃତ୍ୟୁ ଖବର ଦିଆଯାଇନଥିବ। ଅଧିବେଶନ ଆରମ୍ଭ ହେଲେ ଏହି ସଂଖ୍ୟା ଜମା ହୋଇଥାଏ।

ଲୋକସଭାରେ ଅଧିକାଂଶ ପୂର୍ବତନ ସାଂସଦ, ଯେପରି ସମତା ପାର୍ଟି ନେତା ଦିଗବିଜୟ ସିଂହ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୁତୁରା ଓ ପୂର୍ବତନ ସାଂସଦ କରୁଣା ଶୁକ୍ଲାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ପ୍ରଥମ ଦିନରେ ରାଜ୍ୟସଭାକୁ ଘଣ୍ଟାଏ ପାଇଁ ସ୍ଥଗିତ ରଖାଯାଇଥିଲା କାରଣ ଗତ ଅଧିବେଶନରେ ରାଜ୍ୟସଭାର ଦୁଇ ସାଂସଦଙ୍କ ମୃତ୍ୟୁ ହୋଇଥିଲା।

Leave a Reply

Your email address will not be published. Required fields are marked *