କଟକଣା ସହ ରାଜଧାନୀରେ ଖୋଲିଲା ପାର୍କ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ରାଜଧାନୀର କିଛି ପ୍ରମୁଖ ପାର୍କ ଖୋଲିଛି । ପରୀକ୍ଷାମୂଳକ ଭାବେ ଏହି ପାର୍କ ଗୁଡ଼ିକୁ ବିଏମ୍‌ସି ପକ୍ଷରୁ ଖୋଲା ଯାଇଛି । ଫରେଷ୍ଟ ପାର୍କ , ବୁଦ୍ଧ ପାର୍କ ଓ ଆଇଜି ପାର୍କ ସକାଳ ୭ରୁ ଦିନ ୧୦ ଯାଏ ଖୋଲା ରହିଥିଲା ।

ସେହିଭଳି ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ଯାଏ ପାର୍କ ଖୋଲା ରହିବ ବୋଲି ସୂଚନା ମିଳିଛି । ପାର୍କ ଖୋଲା ଯାଇଥିଲେ ମଧ୍ୟ କିଛି କଟକଣା ଜାରି କରାଯାଇଛି । ପାର୍କରେ ସମାଜିକ ଦୂରତ୍ୱ ମାନିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଛେପ ପକାଇବା, ବାୟାମ ଉପକରଣ ବ୍ୟବହାର କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇ ଥିବା ବିଡିଏ କର୍ତ୍ତୃପକ୍ଷ କହିଛନ୍ତି ।

Leave a Reply

Your email address will not be published.