ପରୀ ମୃତ୍ୟୁ ମାମଲା : ଚାର୍ଜସିଟ୍ ଦାଖଲ ପାଇଁ ଏସଆଇଟିକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
ଭୁବନେଶ୍ବର, (ଓଡିଶା ଟାଇମ୍) : ପରୀ ମାମଲାରେ ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ଘଟଣାର ତଦନ୍ତ କରୁଥିବା ଏସଆଇଟିକୁ ଚାର୍ଜସିଟ୍ ଦାଖଲ କରିବା ଲାଗି ଦେଲେ ନିର୍ଦ୍ଦେଶ। ଏହି ମାମାଲାର ଦୀର୍ଘଦିନ ବିତିଥିବାରୁ ଏପରି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
ମିଳିଥିବା ସୂଚନା ଅନୁସାରେ, ଆବେଦନକାରୀ ପଦ୍ମାଳୟା ମହାପାତ୍ରଙ୍କ ପକ୍ଷରୁ ଦାଖଲ ହୋଇଥିଲା ସତ୍ୟପାଠ। ମନ୍ତ୍ରୀ-SIT ମୁଖ୍ୟଙ୍କ ବୟାନରେ ତାଳମେଳ ରହୁନଥିବାରୁ କୋର୍ଟରେ ଆବେଦନ ହୋଇଥିଲା। ତେବେ ଏହି ମାମଲାର ଶୁଣାଣି ଆସନ୍ତା ଜାନୁଆରୀ ୧୨ରେ ହେବ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ, ଗତ ମଙ୍ଗଳବାର ପରୀ ମାମଲାର ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେ ହତ୍ୟର ଅନେକ ରହସ୍ୟ ଖୋଲିଥିଲେ । ଅଭିଯୁକ୍ତ ସରୋଜ ସେଠୀ କିପରି ଭାବେ ପରୀକୁ ତଣ୍ଟିଚିପି ମାରିବା ପରେ ଦୁଷ୍କର୍ମ କରିଥିଲା ସେନେଇ ମଧ୍ୟ ସେ କହିଥିଲେ । ତେବେ ଏହା ପରେ ବିରୋଧୀ ଦଳ ତଥା ଅନେକ ସମାଜସେବୀ ଏସଆଇଟି ତଦନ୍ତ ଉପରେ ପ୍ରଶ୍ନ ଉଠାଇଥିଲେ ।