୨୮ରୁ ୩୦ ଯାଏଁ ପାରଳାଖେମୁଣ୍ଡି ସଟଡାଉନ୍
ଭୁବନେଶ୍ବର, (ଓଡିଶା ଟାଇମ୍) : ଗଜପତି ଜିଲ୍ଲାର କେତେକ ଅଂଚଳରେ ଗତ ଏକ ସପ୍ତାହ ହେବ କ୍ରମାଗତ ଭାବେ କରୋନା ସଙ୍କ୍ରମିତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଉଥିବାରୁ ସେହିସବୁ ଅଂଚଳକୁ ଜୁନ ୨୮ରୁ ୩୦ ପର୍ଯ୍ୟନ୍ତ ୩ ଦିନ ପାଇଁ ସଟ ଡାଉନ ଘୋଷଣା କରାଯାଇଛି।
ଏ ନେଇ ଜିଲ୍ଲାପାଳ ଅନୁପମ ଶାହା ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ, ଗୁମ୍ମା ବ୍ଲକ, ପାରଳାଖେମୁଣ୍ଡି ସହର ଓ ରାଣୀପେଣ୍ଠ ପଂଚାୟତକୁ ୩ ଦିନ ପାଇଁ ସଟ ଡାଉନ ଘୋଷଣା କରିଛନ୍ତି।
ଏହାରି ମଧ୍ୟରେ ପାରଳାଖେମୁଣ୍ଡି ସହରକୁ ସଟଡ଼ାଉନ ଘୋଷଣା କରାଯାଇଛି । ଗଜପତି ଜିଲ୍ଲାର ଗୋଷାଣୀ ,ଗୁମ୍ମା ବ୍ଲକ ମଧ୍ୟ ସଟଡାଉନ ଘୋଷଣା କରାଯାଇଛି ।
ସେହିପରି କାଶୀନଗର ବ୍ଲକ ରାଣୀପେଣ୍ଠା ପଞ୍ଚାୟତ ମଧ୍ୟ ସଟଡାଉନ ଘୋଷଣା କରାଯାଇଛି । ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୮ରୁ ୩୦ ତାରିଖ ଅର୍ଥାତ ତିନି ଦିନ ସଟଡାଉନ ଘୋଷଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୧୮୦ରେ ପହଞ୍ଚିଛି ।