କ୍ବାରେନଣ୍ଟାଇନ ସେଣ୍ଟରରୁ ବଜ୍ରକାପ୍ତା ଉଦ୍ଧାର, କରାଯିବ କରୋନା ପରୀକ୍ଷା

ଭୁବନେଶ୍ଵର, (ଓଡିଶା ଟାଇମ୍) : ବଜ୍ରକାପ୍ତାର କରାଯିବ କୋରୋନା ଟେଷ୍ଟ । ଏ ନେଇ ଆଠଗଡ ଡିଏଫ୍ଓ ସସି୍ମତା ଲେଙ୍କା ସୂଚନା ଦେଇଛନ୍ତି । ଯେହେତୁ ବଜ୍ରକାପ୍ତାଟି କ୍ୱାରେଣ୍ଟାଇନ ସେଣ୍ଟରରୁ ମିଳିଛି ସ୍ୱାବ ନମୁନା ନିଆଯାଇ ଟେଷ୍ଟ କରାଯିବ । ଆଉ ପରୀକ୍ଷା ଓଡିଶାରେ ହିଁ ହେବ ।

ଆଠଗଡ ବନଖଣ୍ଡରେ ବଡମ୍ବା ନିକଟ ମହୁଲିଆ ଗାଁରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । କ୍ବାରେନଣ୍ଟାଇନ ସେଣ୍ଟର ଦାୟିତ୍ବରେ ଥିବା ସରପଞ୍ଚଙ୍କ ସୂଚନା କ୍ରମେ ବନ ବିଭାଗ କର୍ମଚାରୀମାନେ ଏହାକୁ ଉଦ୍ଧାର କରିଛନ୍ତି । ଏହି ବଜ୍ରକାପ୍ତାଟି ଛୋଟ ଆକାରର ଓ ତାର ଓଜନ ମାତ୍ର ୪ କିଲୋ ବୋଲି ଜଣାପଡ଼ିଛି । କ୍ୱାରେଣ୍ଟାଇନ କେନ୍ଦ୍ରରୁ ଯେହେତୁ ବଜ୍ରକାପ୍ତାଟି ଧରା ପଡ଼ିଛି ତାର କରୋନା ପରୀକ୍ଷା ମଧ୍ୟ କରାଯିବ ବୋଲି ସୂଚନା ମିଳିଛି । ଏହାପରେ ଏହାକୁ ଜଙ୍ଗଲରେ ଛଡ଼ାଯିବ ତେବେ ବଜ୍ରକାପ୍ତାଟି କିପରି କ୍ୱାରେନଣ୍ଟାଇନ ସେଣ୍ଟରକୁ ଆସିଲା ସେ ବାବଦରେ ଅଧିକ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published.