ଆଠଗଡ଼ ସଦର ରେଞ୍ଜର କୂଅ ଭିତରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

ଭୁବନେଶ୍ଵର, (ଓଡିଶା ଟାଇମ୍) : କଟକ ଜିଲ୍ଲାର ଆଠଗଡ଼ ସଦର ରେଞ୍ଜ୍ ବୁଦ୍ଧିଆପାଟଣାର ଏକ କୂଅ ଭିତରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯିବା ଘଟଣା ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଠଗଡ଼ ସଦର ରେଞ୍ଜ୍ ଅନ୍ତର୍ଗତ ବୁଦ୍ଧିଆପାଟଣା ଗ୍ରାମର ଏକ କୂଅ ଭିତରେ କୌଣସି କାରଣରୁ ବଜ୍ରକାପ୍ତା ପଡ଼ିଯାଇଥିଲା। ଏନେଇ ବନ ବିଭାଗକୁ ଗ୍ରାମବାସୀମାନେ ସୂଚନା ଦେଇଥିଲେ। ଖବର ପାଇ ଆଠଗଡ଼ ସଦର ରେଞ୍ଜର ଆଇସି ଅଖତରି ଲିସା ବନବିଭାଗର କର୍ମଚାରୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି କୂଅରୁ ଜୀବନ୍ତ ଅବସ୍ଥାରୋ ଉକ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ। ଏହି ବଜ୍ରକାପ୍ତାର ବୟସ ୫ ବର୍ଷ ବୋଲି କୁହାଯାଉଛି। ଏହି ଅଞ୍ଚଳରେ ବହୁସଂଖ୍ୟକ ବଜ୍ରକାପ୍ତା ପରିଲକ୍ଷିତ ହୋଇଥାନ୍ତି। ଏଣୁ ଏହାର ସୁରକ୍ଷା ପ୍ରତି ଯଥେଷ୍ଟ ଧ୍ୟାନ ଦେଉଛି ବନ ବିଭାଗ।

ତାକୁ ଆଠଗଡ଼ ସଦର ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇ ଚିକିତ୍ସା କରାଯାଉଛି। ତେବେ ନିକଟସ୍ଥ ଜମଧର ପାହାଡରୁ ଖାଦ୍ୟ ଅନ୍ବେଷଣରେ ଆସି ବଜ୍ରକାପ୍ତାଟି କୂଅ ଭିତରେ ଖସି ପଡିଥିବା ଅନୁମାନ କରାଯାଉଛି । ବନବିଭାଗ ଦ୍ବାରା ଉଦ୍ଧାର କରି ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ନିକଟସ୍ଥ ଜଙ୍ଗଲରେ ଛଡାଯିବ ବୋଲି ଆଠଗଡ ବନଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କା କହିଛନ୍ତି ।

Leave a Reply

Your email address will not be published.