ମୁମ୍ବାଇ ଆସୁଛି ପଣ୍ଡିତ ଜଶରାଜଙ୍କ ପାର୍ଥୀବ ଶରୀର, ଆମେରିକାରେ ହୋଇଥିଲା ନିଧନ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ପ୍ରସିଦ୍ଧ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ତଥା ପଦ୍ମ ବିଭୁଷଣ ପ୍ରାପ୍ତ ପଣ୍ଡିତ ଜସରାଜଙ୍କର ପାର୍ଥୀବ ଶରୀର ଆଜି ମୁମ୍ବାଇରେ ପହଞ୍ଚିବ । ତାଙ୍କର ଅନ୍ତିମ ସଂସ୍କାର ଗୁରୁବାର ଦିନ ହେବା ନେଇ ସୁତ୍ରରୁ ପ୍ରକାଶ ।

ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିବା ବେଳେ ଆମେରିକାର ନ୍ୟୁଜର୍ସିରେ ତାଙ୍କର ନିଧନ ହୋଇଥିଲା । ନ୍ୟୁୟର୍କ ସ୍ଥିତ ଭାରତୀୟ ମହାବାଣିଜ୍ୟ ଦୂତାବାସ ତାଙ୍କର ପାର୍ଥିବ ଶରୀରକୁ ଭାରତକୁ ଆଣିବା ପାଇଁ ସହଯୋଗ କରୁଛି ।

ଏହି ସଙ୍ଗୀତଜ୍ଞଙ୍କ ନାମରେ ମହାକାଶରେ ଏକ ଗ୍ରହର ନାମକରଣ ମଧ୍ୟ କରାଯାଇଛି । ନାସା ଓ ଇଣ୍ଟରନ୍ୟାସନାଲ୍ ଏଷ୍ଟ୍ରୋନୋମିକାଲ୍ ୟୁନିଅନ୍ (ଆଇଏୟୁ) ପକ୍ଷରୁ ଏକ ନୂତନ ଗ୍ରହ ଚିହ୍ନଟ କରା ଯାଇଥିବା ବେଳେ ସେହି ଗ୍ରହକୁ ‘ପଣ୍ଡିତ ଜସରାଜ’ ଙ୍କ ନାମରେ ନାମିତ କରାଯାଇଥିଲା ।

ଏଥିସହିତ ସେ ଏଭଳି ଜଣେ ଭାରତୀୟ ସଙ୍ଗୀତଜ୍ଞ ହେଲେ ଯିଏକି ମହାକାଶରେ ସ୍ଥାନ ପାଇ ପାରିଥିଲେ ।

ଜଶରାଜ ପ୍ରଥମ ଭାରତୀୟ ଭାବେ ଆର୍ଣ୍ଟକାଟିକାରେ ସଙ୍ଗୀତ ପରିବେଷଣ ମଧ୍ୟ କରିଥିଲେ । ତାଙ୍କର ଚାରି ପିଢି ଶାସ୍ତ୍ରୀୟ ସଙ୍ଗୀତରେ ପାରଙ୍ଗମ ଥିବା ବେଳେ ସେ ୧୯୩୦ ମସିହା ଜାନୁଆରୀ ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ।

ଏହାବ୍ୟତିତ ସେ ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ ଭଳି ସମ୍ମାନ ଜନକ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।

ସୂଚନାଯୋଗ୍ୟ, ଗତ ସୋମବାର ଦିନ ସ୍ଥାନୀୟ ସମୟ ଅନୁସାରେ ଭୋର ୫ଟା ୧୫ମି. ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ସୁତ୍ରରୁ ପ୍ରକାଶ । ସଙ୍ଗୀତ ଜଗତରେ ନିଜ ଜୀବନର ୮୦ ବର୍ଷରୁ ଅଧିକ ସମୟ ସକ୍ରିୟ ରହିଥିବା ଯଶରାଜ ଭାରତ ସମେତ ଆମେରିକା ଓ କାନାଡାରେ ମଧ୍ୟ ଶାସ୍ତ୍ରୀୟ ସଙ୍ଗୀତକୁ ଏକ ଉଚ୍ଚ ସ୍ଥାନ ଦେଇ ପାରିଥିଲେ ।

Leave a Reply

Your email address will not be published.