ବିଜୟ ଖୁସିରେ ପାଗଳ ହେଲେ ପାକିସ୍ତାନୀ, ରାସ୍ତାରେ ଫୁଟିଲା ଗୁଳି, ୧୨ ଜଣ ଆହତ

କରାଚି, (ଓଡିଶା ଟାଇମ୍): ଟି-୨୦ ବିଶ୍ଵ କପ୍‌ ଇତିହାସରେ ପାକିସ୍ତାନ ଭାରତ ବିପକ୍ଷରେ ନିଜର ପ୍ରଥମ ବିଜୟ  ହାସଲ କରିଛି। ଏହି ଐତିହାସିକ ବିଜୟ ଖୁସିରେ ପାଗଳ ହୋଇ ଯାଇଛନ୍ତି ପାକିସ୍ତାନୀ ଲୋକ। ସଡକରେ ଅରାଜକତା କରିଛନ୍ତି। ରବିବାର ରାତିରେ ଇସଲାମାବାଦ, କରାଚି, ରାଓ୍ଵଲପିଣ୍ଡି ଓ କ୍ଵେଟା ପରି ବଡ ସହରରେ ବିଜୟ ଉତ୍ସବ ପାଳନ ପାଇଁ ହଜାର  ହଜାର ସଂଖ୍ୟାରେ ଲୋକେ ସଡକକୁ ଓହ୍ଲାଇ ଆସିଥିଲେ। ଏହି ସମୟରେ ବହୁ ସଂଖ୍ୟାରେ ଲୋକେ ଫାଙ୍କା ଗୁଳି ଚାଳନା କରି ବିଜୟ ଉତ୍ସବ ମନାଇଛନ୍ତି। କେବଳ କରାରି ସହରରେ ଭିନ୍ନ ଭିନ୍ନ ସ୍ଥାନରେ ହୋଇଥିବା ଫାଙ୍କା ଗୁଳିଚାଳନାରେ ଅତି କମରେ ୧୨ ଜଣଙ୍କୁ ଗୁଳି ବାଜିଛି। ସଭିଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କରାଚି ପୋଲିସ ଅନୁଯାୟୀ, ରବିବାର ରାତିରେ ଉତ୍ସବ ପାଳନ ବେଳେ ସହରର ଭିନ୍ନ ଭିନ୍ନ ଅଞ୍ଚଳରେ ଆଖିବୁଜା ଗଳିଚାଳନା କରିଛନ୍ତି। ଏହି ସମୟରେ ଅଜଣା ଲୋକଙ୍କ ଫାୟରିଂରେ ଜଣେ ସବ ଇନ୍ସପେକ୍ଟର ସହିତ ୧୨ ଜଣ ଆହତ ହୋଇଛନ୍ତି। ଲୋକେ ସଡକ ଉପରେ ଖୁବ୍ ନାଚିବା ସହ ଆତସବାଜି କରିଛନ୍ତି।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଟି-୨୦ ବିଶ୍ଵ କପ୍‌ରେ ଦଳର ବିଜୟରେ ଅଭିନନ୍ଦନ ଜଣାଇଛନ୍ତି। ସେ ଟ୍ଵିଟ୍ କରି ଲେଖିଛନ୍ତି, ପାକିସ୍ତାନୀ ଦଳକୁ ଅଭିନନ୍ଦନ, ବିଶେଷ କରି ବାବର ଆଜମଙ୍କୁ ଯିଏ ପୂରା ସାହାସର ସହ ଦଳର ନେତୃତ୍ଵ ନେଲେ ଏବଂ ରିଜଓ୍ଵାନ ଓ ଶାହିନ ଶାହ ଆଫ୍ରିଦି ଦମଦାର ପ୍ରଦର୍ଶନ କରି ଦଳକୁ ଜିତାଇଲେ।

Leave a Reply

Your email address will not be published. Required fields are marked *