ଭାରତର ବିରୋଧ ସତ୍ତ୍ୱେ ଗିଲଗିଟ-ବାଲ୍‌ଟିସ୍ତାନରେ ଜବରଦସ୍ତ ନିର୍ବାଚନ- ପାକ୍ ସରକାର ଆଇନ ପରିବର୍ତ୍ତନ କରି ସରକାର ଗଠନ କରୁଛନ୍ତି

ତ କିଛିଦିନ ହେଲା ଭାରତ ପକ୍ଷରୁ ଯେତେବେଳେ ଗି ଗିଲଗିଟ-ବାଲ୍‌ଟିସ୍ତାନର ପାଣିପାଗ ପଢ଼ିବା ପରେ ଭାରତ ପାକିସ୍ତାନକୁ ଏକ ବାର୍ତ୍ତା ଦେଇଥିଲା ଯେ ଏହି ଅଞ୍ଚଳରେ ଆମର ସ୍ଥିତି କ’ଣ ? ବିରୋଧୀ ସତ୍ତ୍ୱେ ପାକିସ୍ତାନ ତାର ବଦମାସୀ ବନ୍ଦ କରି ନଥିଲା । ରାଷ୍ଟ୍ରପତି ଆରିଫ ଅଲଭି ପାକିସ୍ତାନ ଦଖଲ କରିଥିବା ଭାରତୀୟ ଅଞ୍ଚଳରେ ଏକ ତଦାରଖକାରୀ ସରକାର ଗଠନ ଏବଂ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଭାରତ ପୂର୍ବରୁ ବିରୋଧ ପ୍ରଦର୍ଶନ କରିସାରିଛି 

ଏପ୍ରିଲ ୩୦ରେ ପାକିସ୍ତାନ ସୁପ୍ରିମକୋର୍ଟ ଗିଲଗିଟ-ବାଲ୍‌ଟିସ୍ତାନରେ ସାଧାରଣ ନିର୍ବାଚନ କରିବା ପାଇଁ ୨୦୧୮ର ପ୍ରଶାସନିକ ଆଦେଶରେ ସଂଶୋଧନ କରିବାକୁ କେନ୍ଦ୍ର ସରକାରଙ୍କୁ ମଞ୍ଜୁରୀ ଦେବା ପରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି । ଗିଲଗିଟ-ବାଲ୍‌ଟିସ୍ତାନର ଅର୍ଡର ୨୦୧୮ରେ, ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ଅନେକ ବିଷୟ ଉପରେ ଆଇନ ପ୍ରଣୟନ କରିବା ସହିତ ପ୍ରଶାସନିକ ପରିବର୍ତ୍ତନ ଆଣିବାକୁ କ୍ଷମତା ଦିଆଯାଇଛି ।

ସୁପ୍ରିମକୋର୍ଟ ନିର୍ଗିଦ୍ଲଦଶ ପରେ ଗିଟ-ବାଲ୍‌ଟିସ୍ତାନରେ ନିର୍ବାଚନ ଅନୁଷ୍ଠିତ ହେବା ପରେ ଭାରତ ‘ବେଆଇନ ତଥା ଜବରଦଖଲକାରୀ’ ଅଞ୍ଚଳରେ ପରିସ୍ଥିତିକୁ ପରିବର୍ତ୍ତନ କରିବା ପାଇଁ ଉଦ୍ୟମକୁ ତୀବ୍ର ବିରୋଧ କରିଥିଲେ । ଏହାପୂର୍ବରୁ, ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଜଣେ ବରିଷ୍ଠ ଅଧିକାରୀ ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ଆପତ୍ତି ପତ୍ର ଜାରି କରି କୋର୍ଟଙ୍କ ଆଦେଶକୁ ଦୃଢ଼ ବିରୋଧ କରିଛନ୍ତି । ଏହି ଅଧିକାରୀ ସ୍ପଷ୍ଟ ଭାବରେ ଦର୍ଶାଇଛନ୍ତି ଯେ ଜାମ୍ମୁ କାଶ୍ମୀର ଏବଂ ଲଦାଖ ସମେତ ଗିଲଗିଟ-ବାଲ୍‌ଟିସ୍ତାନ ଅଞ୍ଚଳ ହେଉଛି ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ।

ପାକିସ୍ତାନ ଏହି ଆଇନରେ ପରିବର୍ତ୍ତନ କରୁଛି  

ଗିଲଗିଟ-ବାଲ୍‌ଟିସ୍ତାନ ବିଧାନସଭାର ପାଞ୍ଚ ବର୍ଷର କାର୍ଯ୍ୟକାଳ ଜୁନ୍ ୨୪ରେ ଶେଷ ହେବ । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶରେ ଦର୍ଶାଯାଇଛି ଯେ ନିରପେକ୍ଷ ତଥା ସ୍ୱଚ୍ଛ ନିର୍ବାଚନ କରି ଗିଲଗିଟ-ବାଲ୍‌ଟିସ୍ତାନରେ ଏକ ତଦାରଖକାରୀ ସରକାର ଗଠନ ପାଇଁ ଆଇନରେ ସଂଶୋଧନ ଆବଶ୍ୟକ । ‘ଡନ୍’ ରିପୋର୍ଟ ଅନୁଯାୟୀ, ଶାସକ ପାକିସ୍ତାନ ତେହେରିକ୍-ଇ-ଇନସାଫ୍ (ପିଟିଆଇ)ର ଗିଲଗିଟ-ବାଲ୍‌ଟିସ୍ତାନ ୟୁନିଟ୍‌ର ସଭାପତି ସୟଦ ଜାଫର ଶାହା କହିଛନ୍ତି ଯେ ଏହି ଅଞ୍ଚଳରେ କେୟାରଟେକର ସରକାର ଗଠନ କରିବାର କୌଣସି ବ୍ୟବସ୍ଥା ନାହିଁ ଏବଂ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ପରେ ଏହି ଅସୁବିଧା ଦୂର ହୋଇଛି।

ଆଇଏମଡି ପାଣିପାଗ ପୂର୍ବାନୁମାନ ଦେଇଛି

ଆଇଏମଡି ମେ ୮ରୁ ଗିଲଗିଟ-ବାଲ୍‌ଟିସ୍ତାନର ପାଣିପାଗ ରିପୋର୍ଟ କରିବା ଆରମ୍ଭ କରିଛି । ଏହାର ନିର୍ଦ୍ଦଶକ କହିଛନ୍ତି ଯେ ଆମେ ବୁଲେଟିନ୍ ପ୍ରକାଶ କରୁଛୁ କାରଣ ସେମାନେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ।

 

Leave a Reply

Your email address will not be published. Required fields are marked *