ପ୍ରତିଭା ରାୟଙ୍କୁ ପଦ୍ମବିଭୂଷଣ, ବିପିନ ରାୱତଙ୍କୁ ମରୋଣତ୍ତର ପଦ୍ମବିଭୂଷଣ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଓଡ଼ିଆ ସାହିତ୍ୟର ଅନ୍ୟତମ ଲବ୍ଧପ୍ରତିଷ୍ଠ ସ୍ରଷ୍ଟା ଡ. ପ୍ରତିଭା ରାୟଙ୍କୁ ଚଳିତବର୍ଷର ପଦ୍ମଭୂଷଣ ପୁରସ୍କାର ପ୍ରଦାନ ପାଇଁ ଭାରତ ସରକାର ଘୋଷଣା କରିଛନ୍ତି। ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଗୃହମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଥିବା ତାଲିକା ଅନୁସାରେ ସେ ଏକମାତ୍ର ଓଡ଼ିଆ ଭାବେ ଏବର୍ଷର ପଦ୍ମଭୂଷଣ ପାଇବେ। ତାଙ୍କସହ ଦେଶର ଅନ୍ୟ ୧୬ଜଣଙ୍କୁ ଏହି ସମ୍ମାନଜନକ ଉପାଧି ପ୍ରଦାନ କରାଯିବ।

ଠିକ୍‌ ସେହିପରି ନିକଟରେ  ଗ୍ରୀଷ୍ମକାଳୀନ ଅଲିମ୍ପିକ୍‌ରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣିଥିବା ବ୍ୟଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ଚଳିତ ବର୍ଷର ପଦ୍ମଶ୍ରୀ ଉପାଧିଲାଗି ମନୋନୀତ କରାଯାଇଛି। ତାଙ୍କସହ, ସମାଜସେବା କ୍ଷେତ୍ରରେ ଅନନ୍ୟ ଅବଦାନ ଲାଗି ଶ୍ରମଦ ବାବା ବଳିଆ, ବିଜ୍ଞାନ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ଆଦିତ୍ୟ ପ୍ରସାଦ ଦାସ, କଳା କ୍ଷେତ୍ରରେ ବିଶିଷ୍ଟ ଅବଦାନ ଲାଗି ଶ୍ୟାମାମଣି ଦେବର ଦେବୀ ଓ ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ନୃସିଂହ ପ୍ରସାଦ ଗୁରୁ ଙ୍କୁ ପଦ୍ମଶ୍ରୀ ତାଲିକାରେ ସ୍ଥାନୀତ କରାଯାଇଛି। ଦେଶର ୧୦୭ ଜଣ ବିଷିଷ୍ଟ ନାଗରିକଙ୍କୁ ସେମାନଙ୍କ କ୍ଷେତ୍ରରେ ବିଶେଷ ଅବଦାନ ଲାଗି ପଦ୍ମଶ୍ରୀ ଉପାଧି ପାଇଁ ଯୋଗ୍ୟ ବିବେଚିତ କରାଯାଇଛି। ଗତ ବର୍ଷ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଓଡ଼ିଆ ଆଇଏଏସ ଅଧିକାରୀ ଗୁରୁପ୍ରସାଦ ମହାପାାତ୍ରଙ୍କୁ ମଧ୍ୟ ପଦ୍ମଶ୍ରୀ ପ୍ରଦାନ କରାଯିବ।

ବିପିନ୍‌ ରାୱତ୍‌ଙ୍କୁ ପଦ୍ମବିଭୂଷଣ

ଚଳତବର୍ଷ ୪ ଜଣଙ୍କୁ ପଦ୍ମବିଭୂଷଣ ଉପାଧି ଲାଗି ଯୋଗ୍ୟ ବିବେଚନା କରାଯାଇଛି। ସେମାନଙ୍କ ମଧ୍ୟରେ ଭାରତର ପ୍ରଥମ ସିଡିଏସ୍‌ ତଥା ନିକଟରେ ବିମାନ ଦୁର୍ଘଟଣା ହେତୁ ପତ୍ନୀଙ୍କ ସହ ପ୍ରାଣ ହରାଇଥିବା ଜେନେରାଲ୍‌ ବିପିନ୍‌ ରାୱତ୍‌ଙ୍କ ନାଁ ସାମିଲ୍‌ କରାଯାଇଛି। ସେହିପରି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କୁ ଜନସେବା ଲାଗି ଏବଂ ରାଧେଶ୍ୟାମ ଖେମ୍‌କାଙ୍କୁ ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ଲାଗି ମରୋଣତ୍ତର ପଦ୍ମବିଭୂଷଣ ଉପାଧି ପ୍ରଦାନ କରାଯିବ। ମହାରାଷ୍ଟ୍ରର ପ୍ରସିଦ୍ଧ ଗାୟିକା ପ୍ରଭା ଆତ୍ରେଙ୍କୁ ମଧ୍ୟ ଏବର୍ଷ ପଦ୍ମବିଭୂଷଣ ପୁରସ୍କାର ମିଳିବ।

ନିର୍ଦ୍ଧାରିତ ପ୍ରୋଟକଲ୍‌ ଅନୁସାରେ ରାଷ୍ଟ୍ରପତି ଏହି ପ୍ରତିଭାଙ୍କୁ ଉପାଧି ପ୍ରଦାନ କରିବେ।

Leave a Reply

Your email address will not be published.