ଭାରସାମ୍ୟ ହରାଇ ଓଲଟିଲା ପିଏସି ଟ୍ରକ୍, ୧୫ରୁ ଅଧିକ ଯବାନ ଆହତ

ବାଗପତ, (ଓଡିଶା ଟାଇମ୍) :ଉତ୍ତରପ୍ରଦେଶର ବାଗପାଟ ଜିଲ୍ଲାର ଇଷ୍ଟର୍ଣ୍ଣ ପେରିଫେରଲ ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା ଘଟିଛି। ଗାଜିଆବାଦର ୪୭ ବାଟାଲିୟନକୁ ଯାଉଥିବା ଏକ PAC ଟ୍ରକ୍ ଭାରସାମ୍ୟ ହରାଇ ପେରିଫେରଲ ଉପରେ ଓଲଟିପଡିଥିଲା । ଫଳରେ ୧୫ରୁ ଅଧିକ ଯବାନ ଆହତ ହୋଇଥିଲେ । ଏହି ଦୁର୍ଘଟଣାରେ ୧୨ରୁ ଅଧିକ ଯବାନ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

କୁହାଯାଉଛି ଯେ, ବାଗପତର ପୂର୍ବ ପେରିଫେରାଲ ଏକ୍ସପ୍ରେସୱେରେ ଥିବା କାଠା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । PACର ଏହି ଟ୍ରକ୍ ବାଗପତ ଇଷ୍ଟର୍ଣ୍ଣ ପେରିଫେରଲ ରାସ୍ତା ଦେଇ ଗାଜିଆବାଦ ୪୭ PACକୁ ଯାଉଥିଲା । ରାସ୍ତାରେ ଷ୍ଟିଅରିଂ ଫେଲ୍ ହେବାରୁ PAC ର ଟ୍ରକ୍ ଭାରସାମ୍ୟ ହରାଇ ପେରିଫେରଲରେ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ଯବାନମାନେ ଚିତ୍କାର କରିବାକୁ ଲାଗିଥିଲେ । ସ୍ଥାନୀୟଲୋକ ଆହତ ଯବାନମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ ।

ବର୍ତ୍ତମାନ ଆହତ ଯବାନମାନେ ବାଗପତ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । PAC ଟ୍ରକ୍ ରେ ଥିବା ଜିତେନ୍ଦ୍ର ମୀନା, ମନୋଜ କୁମାର, ଅବଦାର ଅହମ୍ମଦ, ରତ୍ନ ଲାଲ, ରାକେଶ, ମୁକେଶ, ମୋହିତ, ସୁମିତ, ସତ୍ୟନ୍ଦ୍ରପାଲ, ଶିବକାନ୍ତ, ୟୁସୁଫ ଖାନ, ଅମନ କୁମାର, ରବି, ଭୁପେନ୍ଦ୍ର, ସଞ୍ଜୟ କୁମାରଙ୍କ ସମେତ ଅନେକ ଯବାନ ଆହତ ହୋଇଛନ୍ତି ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ପ୍ରାୟ ୧୫ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ଟ୍ରକ୍ ରେ ରଖାଯାଇଥିବା ଯବାନଙ୍କ ସବୁ ସାମଗ୍ରୀ ନଷ୍ଟ ହୋଇଯାଇଛି । ଟ୍ରକରେ କାଚ ମଧ୍ୟ ଭାଙ୍ଗିଯାଇଛି ।

Leave a Reply

Your email address will not be published. Required fields are marked *