୧ କ୍ବିଣ୍ଟାଲରୁ ଅଧିକ ନକଲି ପନିର ଜବତ
କଟକ, (ଓଡିଶା ଟାଇମ୍) : ନକଲି ମସଲା, ହଳଦୀ, ଘିଅ ଓ ପୂଜା ସାମଗ୍ରୀ ପରେ ଏବେ କଟକରେ ନକଲି ପନିର ଜବତ ହୋଇଛି। କଟକ ଚାଉଳିଆଗଞ୍ଜ ପୋଲିସ୍ ଓ ସିଏମ୍ସି ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଚଢାଉ କରି ୧ କ୍ୱିଣ୍ଟାଲରୁ ଅଧିକ ନକଲି ପନିର ଜବତ କରିଛି। କୋଲକାତାରୁ ଏକ ବସ୍ରେ ଚାଲାଣ ବେଳେ ଚାଉଳିଆଗଞ୍ଜରୁ ଏହାକୁ ଜବତ କରାଯାଇଛି।
ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ କିଛି ବ୍ୟବସାୟୀଙ୍କୁ ଚାଉଳିଆଗଞ୍ଜ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି।