ଜୁଲାଇ ୬ରୁ ୮ ଯାଏ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ

କଟକ, (ଓଡିଶା ଟାଇମ୍) :ଆସନ୍ତାକାଲିଠୁ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟ ଏବଂ ଏହାର ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ। ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ନିର୍ଦ୍ଦେଶ ଜାରି କରାଯାଇଛି। କଟକ ସହର ସଟ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ହାଇକୋର୍ଟ ବନ୍ଦ ନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

ଯେଉଁସବୁ ଶୁଣାଣି ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିଲା ତାହା ହେବନାହିଁ। ୬ ତାରିଖରେ ହେବାକୁ ଥିବା ବେଞ୍ଚ୍‌ ଶୁଣାଣି ଆସନ୍ତା ୯ ତାରିଖରେ ବସିବ।

ଉଲ୍ଲେଖ ଯୋଗ୍ୟ ଯେ ଜୁଲାଇ ୮ ରାତି ୧୨ଟା ଯାଏଁ କଟକ ସହର ସଟଡ଼ାଉନ ରହିବ । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ସିଏମସି ପକ୍ଷରୁ ଗତକାଲି ଏହିପରି ପଦକ୍ଷେପ ଗ୍ରହଣ କରାଯାଇଛି । କେବଳ ସଉଦା, କ୍ଷୀର ଓ ପରିବା ଦୋକାନ ଖୋଲା ରହିବ । ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏଁ ଏହି ସବୁ ଦୋକାନ ଖୋଲା ରହିବ । ଅନଲାଇନରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ମଗାଇ ହେବ ବୋଲି ଅନୁମତି ମିଳିଛି । ଏହାସହ ଔଷଧ ଦୋକାନ ସମ୍ପୂର୍ଣ୍ଣ ଖୋଲା ରହିବ ବୋଲି ସିଏମସି ପକ୍ଷରୁ ଗତକାଲି ଘୋଷଣା କରାଯାଇଥିଲା।

Leave a Reply

Your email address will not be published.