କୋଭିଡ୍-୧୯ ପଜିଟିଭ୍ ଥିଲେ ମହିଳା କିନ୍ତୁ ମୃତ୍ୟୁର କାରଣ ଭିନ୍ନ

ଭୁବନେଶ୍ବର , (ଓଡିଶା ଟାଇମ୍) : ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ବରର ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମହିଳା ଜଣଙ୍କର ମୃତ୍ୟୁ କରୋନାଜନିତ ନୁହେଁ ବରଂ ମଲ୍ଟି ଅର୍ଗାନ ଫେଲୁଅର ଏବଂ ସେପ୍ଟିକ୍ ସକ୍‌ଜନିତ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ମହିଳା ଜଣଙ୍କ ଗୁରୁତର ରୋଗରେ ପୀଡିତ ଥିଲେ କିନ୍ତୁ ସ୍ବାବ୍ ରିପୋର୍ଟରେ କରୋନା ପଜିଟିଭ୍ ଆସିଥିଲା l

ଟ୍ବିଟ୍‌ ଯୋଗେ ଦର୍ଶାଯାଇଛି ଯେ, ମୃତ ମହିଳା ଜଣଙ୍କ ଭୁବନେଶ୍ୱରର । ମହିଳା ଜଣଙ୍କ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କ ବୟସ ୩୮ ବର୍ଷ । ମହିଳା ଜଣଙ୍କ ସୋରିୟାସିସ୍ ରୋଗରେ ପୀଡିତ ଥିଲେ । ସେ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ ଏବଂ ଇମ୍ୟୁନୋସପ୍ରେସାଣ୍ଟ ଔଷଧରେ ଥିଲେ । ତେବେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁର କାରଣ ମଲ୍ଟି ଅର୍ଗାନ ଫେଲୁଅର ଏବଂ ସେପ୍ଟିକ୍ ସକ୍‌ଜନିତ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି l

Leave a Reply

Your email address will not be published.