ଖୋର୍ଦ୍ଧା ପୌରପରିଷଦ ଅଫିସ୍ରେ ପସିଲା କରୋନା
ଖୁର୍ଦ୍ଧା, (ଓଡିଶା ଟାଇମ୍) : ଖୋର୍ଦ୍ଧା ପୌରକାର୍ଯ୍ୟାଳୟରେ କରୋନା । ଆଜି ପୌରକାର୍ଯ୍ୟାଳୟକୁ ବିଶୋଧନ କରାଯିବା ସହିତ ସମସ୍ତ କର୍ମଚାରୀଙ୍କର ସ୍ବାବ୍ ଟେଷ୍ଟ କରାଯିବ । ଜଣେ କର୍ମଚାରୀ ଏବଂ ତାଙ୍କ ପୁଅ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
ସଂପୃକ୍ତ କର୍ମଚାରୀ ଜଣଙ୍କ ପୌରକାର୍ଯ୍ୟାଳୟରେ କୋଭିଡ୍ ସମ୍ବନ୍ଧୀୟ କାର୍ଯ୍ୟରେ ନିୟୋଜିତ ଥିଲେ । ଗତ କିଛି ଦିନ ହେଲା ସେ ଜ୍ବରରେ ଆକ୍ରାନ୍ତ ଥିଲେ ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି ।