ଜୁନାନିବାହାଲ ଜଙ୍ଗଲରେ ଏନ୍‌କାଉଣ୍ଟର, ଜଣେ ନକ୍ସଲ ନିହତ

ବଲାଙ୍ଗିର, (ଓଡିଶା ଟାଇମ୍): ବଲାଙ୍ଗିର ପୋଲିସର ଅପରେସନ୍ ରେ ଜଣେ ନକ୍ସଲ ମୃତ । ବଲାଙ୍ଗିର ପୋଲିସର ଡି.ଭି.ଏଫ୍. ଟିମ୍ ଜୁନାନିବାହାଲ ଜଙ୍ଗଲରେ ଅପରେସନ୍ କରୁଥିବା ବେଳେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲା । ଏଥିରେ ଜଣେ ନକ୍ସଲର ମୃତ୍ୟୁ ହୋଇଛି ।

ଖବର ଅନୁଯାୟୀ, ଶନିବା ସଂଧ୍ୟାରେ ଡିଭିଏଫ୍ ଯବାନମାନେ ଜଙ୍ଗଲରେ କମ୍ବିଂ ଅପରେସନ କରୁଥିଲେ । ଏହି ସମୟରେ ନକ୍ସଲ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଜଣେ ନକ୍ସଲର ମୃତ୍ୟୁ ହୋଇଛି । ତା ଠାରୁ ଗୋଟିଏ ଏସ୍.ଏଲ୍.ଆର. ରାଇଫଲ ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତ ନକ୍ସଲର ପରିଚୟ ମିଳିନାହିଁ ।

Leave a Reply

Your email address will not be published.