ପେଟ୍ରୋଲ ପମ୍ପରେ ନିଆଁ ଲାଗିବା ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ଭୁବନେଶ୍ବର, (ଓଡିଶା ଟାଇମ୍) :ଭୁବନେଶ୍ୱର ରାଜଭବନ ନିକଟରେ ଥିବା ପେଟ୍ରୋଲ ପମ୍ପରେ ନିଆଁ ଲାଗିବା ଘଟଣା । ପଟ୍ରୋଲ ପମ୍ପରେ ନିଆଁ ଲାଗି ଗୁରୁତର ଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣଙ୍କର ମୃତ୍ୟୁ ହୋଇଛି । କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତକ ହେଲେ ସତ୍ୟ ନାୟକ । ବିସ୍ଫୋରଣରେ ସତ୍ୟଙ୍କ ଶରୀରର ୬୦ପ୍ରତିଶତ ପୋଡି ଯାଇଥିଲା । ଯାହାପରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । କିନ୍ତୁ ଏବେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।
ସୂଚନାଯୋଗ୍ୟ ଯେ, ବୁଧବାର ଦିନ ଅପରାହ୍ନ ସମୟରେ ଭୁବନେଶ୍ବର ରାଜଭବନ ନିକଟ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ବଡଧରଣ ବିସ୍ଫୋରଣ ହୋଇଥିଲା । ଏହି ବସ୍ଫୋରଣରେ ୧୦ ଜଣ ଆହାତ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ଗୁରୁତର ଅବସ୍ଥାରେ ୨ ଜଣଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ଆଜି ଜଣଙ୍କର ମୃତ୍ୟୁ ହୋଇଯାଇଛି ।