ସିମ୍ କେଳେଙ୍କାରୀ ଘଟଣା, ମାଲକାନଗିରିରୁ ଆଉ ଜଣଙ୍କୁ ବାନ୍ଧିଲା ପୋଲିସ
କଟକ,(ଓଡ଼ିଶା ଟାଇମ୍):ପ୍ରି ଆକ୍ଟିଭେଟେଡ ସିମ୍ କେଳେଙ୍କାରୀ ଘଟଣା। ଆଉ ଜଣକୁ ଗିରଫ କଲା କ୍ରାଇମବ୍ରାଞ୍ଚ। ମାଲକାନଗିରି ବାଲିମେଳାର ଦୀପକ ନାୟକକୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଦୀପକ ହେଉଛି ମୋବାଇଲ ସେବା କମ୍ପାନୀର ସେଲ୍ସ ମ୍ୟାନେଜର। ଦୁଷ୍ମନ୍ତ କିଣୁଥିବା ସିମ୍ ଆକ୍ଟିଭ କରୁଥିଲା ଦୀପକ। ଏହି ଗିରଫଦାରୀକୁ ମିଶାଇ ଗିରଫ ସଂଖ୍ୟା ୫ରେ ପହଞ୍ଚିଲା।
ଖବର ଅନୁଯାୟୀ, କିଛି ଦିନ ତଳେ ପ୍ରି ଆକ୍ଟିଭେଟେଡ ସିମ୍ କେଳେଙ୍କାରୀ ଘଟଣାରେ ୪ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ପ୍ରଥମେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ପରେ ଆଉ ୨ ଜଣଙ୍କୁ ବାନ୍ଧିଥିଲା କ୍ରାଇମବ୍ରାଞ୍ଚ । ଏବେ ଆଉ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ମାଲକାନଗିରି ବାଲିମେଳାର ଦୀପକ ନାୟକକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଘଟଣାରେ ମୋଟ ଗିରଫ ସଂଖ୍ୟା ୫ରେ ପହଞ୍ଚିଛି ।