ଏସଓଜି ଯବାନ ଓ ମାଓବାଦୀ ମୁହାଁମୁହିଁ
ମାଲକାନଗିରି, (ଓଡିଶା ଟାଇମ୍) : ମାଲକାନଗିରି ଏସଓଜି ଯବାନମାନେ ମାଓ ଦମନ ନେଇ ମାଡ଼କାପଦର ଅଂଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଆଜି ସକାଳୁ ମାଓବାଦୀଙ୍କ ସହ ମୁହାଁ ମୁହିଁ ହୋଇଛନ୍ତି। ପ୍ରଥମେ ଯବାନଙ୍କୁ ଦେଖି ମାଓବାଦୀମାନେ ଗୁଳି ଚାଳନା କରିଥିଲେ । ତେବେ ଏସଓଜି ଯବାନ ମାନେ ଏହାର ପାଲଟା ଜବାବ ଦେଇଥିଲେ । ବର୍ତମାନ ମଧ୍ୟ ସମ୍ପୃକ୍ତ ଅଂଚଳରେ ଗୁଳିବିନିମୟ ଜାରି ରହିଥିବା ବେଳେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି।
ସେପଟେ ଜଙ୍ଗଲରେ ଏବେ ବି ଗୁଳି ବିନିମୟ ଜାରି ରହିଥିବାର ସୂଚନା ମିଳିଛି । ଯବାନମାନେ ଜଙ୍ଗଲରେ କୁମ୍ବିଂ ଅପରସେନକୁ ଜୋରଦାର କରାଯାଇଛି । ତେବେ କେତେ ପରିମାଣର ମାଓବାଦୀମାନେ ଥିଲେ , ତାହା ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।