ରାଜଧାନୀରେ ଘର ମାଲିକଙ୍କ ଅବହେଳାରୁ ଗଲା ଜୀବନ, ଲାଇଟ୍ ଲଗାଇବାବେଳେ ଛାତ ଉପରୁ ଖସି ଯୁବକଙ୍କ ମୃତ୍ୟୁ
ଭୁବନେଶ୍ବର, (ଓଡିଶା ଟାଇମ୍) :ଦୀପାବଳିରେ ଅଭାବନୀୟ । ଘର ମାଲିକଙ୍କ ଅବହେଳା ଯୋଗୁଁ ଚାଲିଗଲା ନିରୀହ ଜୀବନ। ଛାତ ଉପରୁ ଖସି ପଡି ମୃତ୍ୟୁ ବରଣ କରିଛନ୍ତି ସୁରେନ୍ଦ୍ର ସାହୁ ।
ଖବର ଅନୁଯାୟୀ, ଗତକାଲି ଅପରାହ୍ମରେ ସୁରେନ୍ଦ୍ର ଛାତ ରେ ଦୀପାବଳି ପାଇଁ ଲାଇଟ ଲଗାଇବା ସମୟରେ ଖସି ପଡ଼ିଥିଲେ ସୁରେନ୍ଦ୍ର । ତାଙ୍କ ମୁଣ୍ଡ ଓ ଛାତି ରେ ଆଘାତ ଲାଗିଥିଲା । ତେବେ ମେଡିକାଲ ନେବା ବଦଳରେ ମଦ ପିଇ ପଡି ଯାଇଥିବେ ଭାବି ଗୋଟିଏ ରୁମରେ ବନ୍ଦ କରିଦେଇଥିଲେ ଘର ମାଲିକ । ଏପରିକି ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ତାକୁ ଫେରାଇ ଦେଇଥିଲେ । କିଛି ଘଣ୍ଟା ପରେ ସୁରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା । ଘଟଣା ସ୍ଥଳରେ ସହୀଦ ନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶବ କୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ମେଡିକାଲ ପଠାଇ ଦିଆ ଯାଇଛି ।