ଆମେରିକାରେ କମୁନି କରୋନା ସଂକ୍ରମଣ, ବଢ଼ିଲା ଜରୁରୀକାଳୀନ ପରିସ୍ଥିତି ଅବଧି

ଆମେରିକା,  (ଓଡିଶା ଟାଇମ୍): କରୋନା କବଳରେ ଏବେବି ଆମେରିକା । ଆମେରିକାରେ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମଣ ଜାରି ରହିଛି । ପ୍ରତ୍ୟେକ ଦିନ ଆମେରିକାରେ ଏକ ଲକ୍ଷ ଉପରେ ଆସୁଛି କରୋନା ଦୈନିକ ସଂକ୍ରମଣ ମାମଲା । ସ୍ୱାସ୍ଥ୍ୟମନ୍ତ୍ରଣାଳୟର ସୂଚନା ଅନୁସାରେ ଆମେରିକାରେ କରୋନା ସଂକ୍ରମଣ ମାମଲା ୮ କୋଟି ଟପିସାରିଛି । ଏଯାଏଁ ମୋଟ୍‍ ୯ଲକ୍ଷ ୫୮ ହଜାର ୩ଶହ ଲୋକଙ୍କ ମୃତ୍ୟୁ ହୋଇସାରିଛି ।

ଦେଶରେ କରୋନା ସଂକ୍ରମଣ ଜାରି ରହିଥିବାରୁ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଜରୁରୀକାଳୀନ ପରିସ୍ଥିତିକୁ ଦୁଇ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ହ୍ୱାଇଟ୍‍ ହାଉସର ବିବୃତ୍ତି ଅନୁଯାୟୀ ବିଡେନ କହିଛନ୍ତି ଯେ କୋଭିଡ ମହାମାରୀ ଦେଶର ଜନସ୍ୱାସ୍ଥ୍ୟ ଏବଂ ନିରାପତ୍ତା ପାଇଁ ଏକ ବଡ଼ ବିପଦ। ଶୁକ୍ରବାର ଦିନ, ଆମେରିକାରେ ୧.୯ ଲକ୍ଷ ନୂତନ ସଂକ୍ରମଣ ମାମଲା ଆସିଥିଲା ।

ସେପଟେ କାନାଡ଼ାରେ କୋଭିଡ ଟିକାକରଣର ଆବଶ୍ୟକତା ଓ କରୋନା ପ୍ରତିବନ୍ଧକ ବିରୋଧରେ ପ୍ରଦର୍ଶନ କରାଯାଉଛି । କାନାଡାର ରାଜଧାନୀ ଖଟୁଆରେ ପୋଲିସ ପ୍ରଦର୍ଶନକାରୀଙ୍କ ଉପରେ କଟକଣା ଜାରି କରିଛି। ଏପର‌୍ୟ୍ୟନ୍ତ ପ୍ରାୟ ୧୦୦ ଜଣ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି ଏବଂ ରାସ୍ତାରେ ଅବରୋଧ କରାଯାଇଥିବା ଟ୍ରକଗୁଡ଼ିକୁ ହଟାଇ ଦିଆଯାଇଛି । ଫଳରେ ବକ୍ଷୋଭକାରୀଙ୍କ ବିକ୍ଷୋଭ ସମାପ୍ତ ହେବାର ସମ୍ଭାବନା ରହିଛି ।

Leave a Reply

Your email address will not be published.