କ୍ୟାପିଟାଲ ହସ୍ପିଟାଲ ଶିଶୁ ୱାର୍ଡରୁ ଜଣେ ପଜିଟିଭ୍ ଚିହ୍ନଟ
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମଣ ଙ୍କ ସଂଖ୍ୟା ବଢିବାରେ ଲାଗିଛି। ବିଶେଷ କରି ଗଞ୍ଜାମ, ଖୁର୍ଦ୍ଧା ଜିଲା କରୋନା ହଟସ୍ପଟ୍ ପଲଟିଛି। ତେବେ ଯେତେ ରୋକିଲେ ବି ରୋକି ହେଉନି କରୋନା ସଂକ୍ରମଣ । ରାଜଧାନୀରେ ମାଡ଼ି ମାଡ଼ି ଚାଲିଛି କରୋନା । ପୁଣି କ୍ୟାପିଟାଲ ହସ୍ପିଟାଲ ଶିଶୁ ୱାର୍ଡରୁ ଜଣେ ରୋଗୀଙ୍କ ଆଟେଣ୍ଟାଣ୍ଡ ପଜିଟିଭ୍ ବାହାରିଛନ୍ତି । ପୂର୍ବରୁ ହସ୍ପିଟାଲର ସଂଖ୍ୟାଧିକ କର୍ମଚାରୀ ଆକ୍ରାନ୍ତ ହୋଇ ସାରିଛନ୍ତି । ଏବେସୁଦ୍ଧା ହସ୍ପିଟାଲରୁ ୬୧ ପଜିଟିଭ୍ ବାହାରିଲେଣି ।
ଅନ୍ୟପଟେ, ଗତ ୨୪ ଘଣ୍ଟା ମଧ୍ୟରେ ୧୬୦୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୪୭୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୯୩ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୬୦୯ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।