ରାଜଧାନୀରୁ ବାଘଛାଲ ଜବତ ; ଜଣେ ଗିରଫ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜଧାନୀରୁ ବାଘଛାଲ ଜବତ । ଏହାସହିତ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର STF ଟିମ୍‌ । ଗିରଫ ଅଭିଯୁକ୍ତର ନାମ ପ୍ରଶାନ୍ତ ନାଏକ ବୋଲି ଜଣାପଡିଛି । ପ୍ରଶାନ୍ତଙ୍କ ଘର ମୟୁରଭଞ୍ଜ ଜିଲ୍ଲାରେ ବୋଲି ଜଣାପଡିଛି ।

ସୂଚନାଅନୁସାରେ, ରାଜଧାନୀରେ ବାଘ ଛାଲ ବିକ୍ରି ପାଇ ଯୋଜନା କରାଯାଉଥିଲା । ବିଶେଷ ସୁତ୍ରରୁ ଖବର ପାଇ ପୋଲିସ ଚଢାଉ କରିଥିଲା । ବରମୁଣ୍ଡାର ଏକ ଅଞ୍ଚଳରେ ଚଢାଉ କରି ବାଘଛାଲ ସହ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର STF ଟିମ୍‌ ।

ତେବେ ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ମୟୁରଭଞ୍ଜ ଜିଲ୍ଲାର ପ୍ରଶାନ୍ତ ନାଏକ ବୋଲି ଜଣାପଡିଛି । ତେବେ ସେ କିପରି ଭୁବେନେଶ୍ୱରେ କାରବାର କରୁଥିଲେ, ଏବଂ ତାଙ୍କ ସହିତ କିଏ କିଏ ଏହି କାରବାରରେ ଜଡିତ ଅଛନ୍ତ । ସେନେଇ ବିଭିନ୍ନ ଦିଗରୁ ଛାନ୍‌ଭିନ୍‌ କରୁଛି କ୍ରାଇମବ୍ରାଞ୍ଚର STF ଟିମ୍‌ । ଘଟଣାର ଅଧିକ ତଦନ୍ତ ହେଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି ।

Leave a Reply

Your email address will not be published.