ଅନ୍ତିମ ଯାତ୍ରାରେ ସିଡିଏସ୍‍ ବିପିନ ରାୱତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଅନ୍ତିମ ଯାତ୍ରାରେ ସିଡିଏସ୍‍ ବିପିନ ରାୱତ। ସିଡିଏସ ଜେନେରାଲ ରାୱତଙ୍କୁ ଶେଷ ସମ୍ମାନରେ ଏକ ଶୋଭାଯାତ୍ରାରେ ଜେନେରାଲଙ୍କ ପାର୍ଥିବ ଶରୀର ନିଆଯାଉଛି। ପାର୍ଥିବ ଶରୀର ସମ୍ମୁଖରେ ୯୯ ଟ୍ରାଇ ସର୍ଭିସ ଅଧିକାରୀ ରହିଥିବା ବେଳେ ଶୋଭାଯାତ୍ରାରେ ପୁଷ୍ପ ବୃଷ୍ଟି କରାଯାଉଥିବା ଦେଖାଯାଇଛି। ଶହ ଶହ ସାଧାରଣ ନାଗରିକ ଏହି ଯାତ୍ରାରେ ହାତରେ ତ୍ରିରଙ୍ଗା ଧରି ଯାଉଛନ୍ତି। ଏହାସହ ରାସ୍ତାରେ କଡରେ ଲୋକେ ମଧ୍ୟ ଶେଷ ଦର୍ଶନ କରିବାକୁ ରହିଛନ୍ତି। ଶୋଭାଯାତ୍ରାରେ ୩୩ ଜଣିଆ ଟ୍ରାଇ ସର୍ଭିସ ବ୍ୟାଣ୍ଡ ସାମିଲ ରହିଛନ୍ତି। ଶେଷରେ ସିଡିଏସ୍‍ ରାୱତଙ୍କୁ ୧୭ ତୋପ ସଲାମୀ ଦିଆଯିବ। ଆଜି ଅପରାହ୍ନ ୫ ଟାରେ ରାୱତଙ୍କର ଦିଲ୍ଲୀର ବ୍ରାର ସ୍କୋୟାରରେ ଶେଷକୃତ୍ୟ ସମ୍ପନ୍ନ କରାଯିବ।

Leave a Reply

Your email address will not be published.