୧୪ରେ ଟୋକିଓ ଯିବ ଭାରତୀୟ ଖେଳାଳିଙ୍କ ପ୍ରଥମ ଦଳ
ଚେନ୍ନାଇ, (ଓଡିଶା ଟାଇମ୍): ଟୋକିଓ ଅଲିମ୍ପିକ୍ସ ଚଳିତ ଜୁଲାଇ ୨୪ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥିରେ ଭାରତରୁ ୧୮ଟି ଇଭେଣ୍ଟରେ ୧୧୫ ଜଣ ଆଥ୍ଲେଟ୍ ଅଂଶଗ୍ରହଣ କରିବେ। ଜୁଲାଇ ୧୪ରେ ଭାରତୀୟ ପ୍ରତିଯୋଗୀଙ୍କ ପ୍ରଥମ ଦଳ ଟୋକିଓ ଗସ୍ତକରିବ ବୋଲି ଭାରତୀୟ ଅଲିମ୍ପିକ୍ସ ମହାସଂଘ ସମ୍ପାଦକ ରାଜୀବ ମେହେଟ୍ଟା କହିଛନ୍ତି । ଖେଳାଳିମାନେ ଭାରତୀୟ ଚାଟାର୍ଡ ବିମାନରେ ଟୋକିଓ ଗସ୍ତ କରିବେ। କରୋନା ମହାମାରୀ ପାଇଁ ଏକାସାଙ୍ଗରେ ଦଳ ଗସ୍ତକରିବା ଉପରେ କଟକଣା ଜାରି କରାଯାଇଛି। ୧୬ରେ ୨ୟ ଦଳ ଓ ଅବଶିଷ୍ଟ ଖେଳାଳି ୧୯ରେ ଟୋକିଓ ଗସ୍ତ କରିବେ ବୋଲି ଆଇଓଏ ସମ୍ପାଦକ ମେହେଟ୍ଟା କହିଛନ୍ତି।