କ୍ଵାରେଣ୍ଟାଇନ୍ ସେଣ୍ଟରରେ ବୃଦ୍ଧଙ୍କ ମୃତ୍ୟୁ, ଫେରିଥିଲେ କୋଲକାତାରୁ

ଭୁବନେଶ୍ବର , (ଓଡିଶା ଟାଇମ୍) : ଭଦ୍ରକରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କ୍ୱାରେଣ୍ଟିନ୍ ସେଣ୍ଟରରେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଗ୍ରାମାଞ୍ଚଳ ଥାନା କୁରୁକୁରା କ୍ୱାରେଣ୍ଟିନ୍ ସେଣ୍ଟରରେ ୫୮ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପଶ୍ଚିମବଙ୍ଗରୁ ଗତକାଲି ସେ ଫେରିଥିଲେ । କିନ୍ତୁ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ସେ ଏକ କାରରେ କୋଲକାତାରୁ ଫେରିଥିଲେ ବୋଲି ଜଣାପଡିଛି । ତାଙ୍କୁ ନିଜ ପଞ୍ଚାୟତରେ ହୋଇଥିବା କ୍ଵାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଥିଲା । ବୁଧବାର ଭୋରରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ତାଙ୍କର କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ତାହା ସନ୍ଦେହ ଘେରରେ ରହିଛି । ଭଦ୍ରକ ଗୋଷ୍ଠୀ ଉନୟନ ଅଧିକାରୀ ଏନେଇ ସୂଚନା ପ୍ରଦାନ କରିଛନ୍ତି । ପୋଲିସ ସହ ମେଡିକାଲ ଟିମ୍ ମଧ୍ୟ କ୍ଵରେଣ୍ଟାଇନ୍ ସେଣ୍ଟରରେ ପହଞ୍ଚିଛି । ସରକାରୀ ନିୟମ ଅନୁଯାୟୀ ସମସ୍ତ ପ୍ରକ୍ରିୟା ସମ୍ପାଦନ କରାଯିବ ବୋଲି ଭଦ୍ରକ ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଛନ୍ତି ।

Leave a Reply

Your email address will not be published.