ଅକ୍ଟୋବର ୧୨ରୁ ୧୯ ତାରିଖ ଯାଏଁ ଓଜେଇଇ ପରୀକ୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନା କାଳରେ ସମଗ୍ର ଦେଶରେ ଏନଟିଏ ପକ୍ଷରୁ ନିକଟରେ ଜେଇଇ ଓ ନିଟ୍ ପରୀକ୍ଷା ଆୟୋଜିତ ହୋଇ ସାରିଛି। ଏହି କ୍ରମରେ ଅକ୍ଟୋବର ୧୨ରୁ ୧୯ ଯାଏଁ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଆୟୋଜିତ ହେବ। ରାଜ୍ୟରେ ୨୧ଟି ସହରରେ ୫୦ଟି ସେଣ୍ଟରରେ ହେବ ପରୀକ୍ଷା। ସମସ୍ତ ପରୀକ୍ଷା କମ୍ପ୍ୟୁଟର ଆଧାରିତ ହେବ। ଶୁକ୍ରବାର ଏହାର ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦୀପ ଚାନ୍ଦ।  ରାଜ୍ୟ ବାହାରେ କୋଲକାତା, ପାଟନା ଓ ରାଞ୍ଚିରେ ମଧ୍ୟ ଏହି ପରୀକ୍ଷା ଆୟୋଜିତ ହେବ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୧ରୁ ୬ ମଧ୍ୟରେ ସମଗ୍ର ଦେଶରେ କରୋନା ମହାମାରୀ ସମୟରେ ସମସ୍ତ ସତର୍କତାମୂଳକ ପଦକ୍ଷେପ ଏବଂ ଗାଇଡ୍‌ଲାଇନ୍‌ ମଧ୍ୟରେ ପରୀକ୍ଷା ଆୟୋଜିତ ହୋଇଥିଲା। ଏଥିରେ ୮୫ ରୁ ୯୦ ପ୍ରତିଶତ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏହା ପରେ ସେପ୍ଟେମ୍ବର ୧୩ରେ ନିଟ୍ ପରୀକ୍ଷା ଆୟୋଜିତ ହୋଇଥିଲା।

Leave a Reply

Your email address will not be published.