କରୋନା ପାଇଁ ସ୍ଥଗିତ ହେଲା OJEE ଅନ୍ଲାଇନ ପରୀକ୍ଷା
ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନା ଭାଇରସକୁ ନଜରରେ ରଖି ଅନଲାଇନ୍ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇକୁ ଘୁଞ୍ଚାଇ ଦିଆଯାଇଛି । ପୂର୍ବରୁ ସେପ୍ଟେମ୍ବର ୯ରୁ ୧୫ ତାରିଖ ମଧ୍ୟରେ ଓଜେଇଇ ହେବା ନେଇ ତାରିଖ ଧାର୍ଯ୍ୟ ହୋଇଥିଲା ।
ସୂଚନାନୁସାରେ, ରାଜ୍ୟରେ ଏବେ କରୋନା ଭାଇରସର ଆତଙ୍କ ବୃଦ୍ଧି ପାଇଛି । ପ୍ରତିଦିନ ୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେଣୁ ଓଜେଇଇକୁ ଘୁଞ୍ଚାଇ ଦିଆଯାଇଛି । ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ବର୍ତ୍ତମାନ ୧୨୭୮୯୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୬୩୬୪ଜଣ ସୁସ୍ଥ ହୋଇଛନ୍ତି ଓ ୫୫୬ଜଣଙ୍କର ମୃତ୍ୟୁ ଘଟିଛି । ତେଣୁ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟ ସରକାର ଓଜେଇ ପରୀକ୍ଷା ଘୁଞ୍ଚାଇଥିବା ନେଇ ସୂଚନା ରହିଛି ।