ଘୁଞ୍ଚିଲା ଓଜେଇଇ ପରୀକ୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍): ମହାମାରୀ କରୋନାର ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଘୁଞ୍ଚାଯାଇଛି।  ଜୁନ ୧୭ରୁ ୨୪ ମଧ୍ୟରେ ପରୀକ୍ଷା ଧାର୍ଯ୍ୟ ହୋଇଥିଲା। ଜୁଲାଇ ପ୍ରଥମ ସପ୍ତାହରେ ପରୀକ୍ଷା ଆୟୋଜନ ନେଇ ତାରିଖ ଘୋଷଣା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥିସହ ଅନଲାଇନ ଆବେଦନକୁ ଜୁଲାଇ ୧୨ ପର୍ଯ୍ୟନ୍ତ ବଢାଯାଇଛି।

Leave a Reply

Your email address will not be published. Required fields are marked *