ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ବୃଦ୍ଧି ପାଇ ଚାଲିଛି। ତୈଳ ବିପଣନ କମ୍ପାନୀଗୁଡ଼ିକ ମଙ୍ଗଳବାର ପୁଣି ଥରେ ତୈଳଦର ବୃଦ୍ଧି କରିଛନ୍ତି। ପେଟ୍ରୋଲ ମୂଲ୍ୟ ୪୭ ପଇସା ଏବଂ ଡିଜେଲ ମୂଲ୍ୟ ୫୭ ପଇସା ବୃଦ୍ଧି କରାଯାଇଛି।

ଗତ ୧୦ ଦିନ ହେଲା ତୈଳଦର ବୃଦ୍ଧି ଜାରି ରହିଛି। ମଙ୍ଗଳବାର ଦରବୃଦ୍ଧି ପରେ ପେଟ୍ରୋଲ ଲିଟର ପିଛା ୭୬ ଟଙ୍କା ୭୩ ପଇସାରେ ପହଞ୍ଚିଥିବାବେଳେ ଡିଜେଲ ୭୫ ଟଙ୍କା ୧୯ ପଇସା ହୋଇଛି। ଚଳିତମାସ ପ୍ରାରମ୍ଭରୁ ପେଟ୍ରୋଲ-ଡିଜେଲ ଦର ବଢ଼ିବାରେ ଲାଗିଛି।

ଫଳରେ ଗ୍ରାହକମାନଙ୍କ ଉପରେ ସିଧାସଳଖ ବୋଝ ପଡ଼ିଛି। ତେବେ ଆହୁରି ୨ ସପ୍ତାହ ପର୍ଯ୍ୟନ୍ତ ଗ୍ରାହକଙ୍କୁ ନିସ୍ତାର ମିଳିବ ନାହିଁ।

ସରକାର ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକର କହିବା ଅନୁସାରେ, ପେଟ୍ରୋଲର କ୍ରୟ ଓ ବିକ୍ରୟ ମୂଲ୍ୟ ବ୍ୟବଧାନ ଲିଟର ପିଛା ୮ଟଙ୍କା ନ ହେବା ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି ପ୍ରକ୍ରିୟା ଜାରି ରହିବ। ଜୁଲ ଶେଷ ହେବା ବେଳକୁ ଦେଶର ବିଭିନ୍ନ ଅଞ୍ଚଳରେ ପେଟ୍ରୋଲ ୮୦ ଟଙ୍କା ଅତିକ୍ରମ କରିପାରେ।

Leave a Reply

Your email address will not be published. Required fields are marked *