ନନ୍ଦନକାନନରେ ଆରମ୍ଭ ହେଲା ଅଫ୍‌ଲାଇନ ଟିକଟ

ବାରଙ୍ଗ, (ଓଡିଶା  ଟାଇମ୍): କୋଭିଡ୍‌ କଟକଣା ଭିତରେ ନନ୍ଦନକାନନ ଖୋଲିଥିଲା। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଜାନୁୟାରୀ ୭ରୁ ନନ୍ଦନକାନନରେ ପ୍ରବେଶ ପାଇଁ ଅଫ୍‌ଲାଇନ ଟିକଟ ବନ୍ଦ କରି ଅନ୍‌ଲାଇନ(ସଞ୍ଚାର) ଟିକଟ ପ୍ରଚଳନ ବାଧ୍ୟତାମୂଳକ କରିଥିଲେ। ଫଳରେ ନନ୍ଦନକାନନ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଅଫ୍‌ଲାଇନ ଟିକଟ ସୁବିଧାରୁ ବଞ୍ଚିତ ହେବାସହ ସଞ୍ଚାରରେ ଟିକଟ କାଟିବା ପାଇଁ ହଇରାଣ ହେଉଥିଲେ। ସେହିପରି ଦଲାଲ୍‌ମାନେ ମଧ୍ୟ ସକ୍ରୀୟ ହୋଇପଡ଼ିଥିଲେ। ଏ ସମ୍ପର୍କରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ରବିବାର ଦିନ େଗାଟାଏ ପରଠାରୁ ସଞ୍ଚାର ସହ ଅଫଲାଇନ ଟିକଟ ବିକ୍ରି ଆରମ୍ଭ ହୋଇଛି।

Leave a Reply

Your email address will not be published.