କରୋନା କବଳରେ ବାଲେଶ୍ୱର ସହକାରୀ ବନ ସଂରକ୍ଷକ
ବାଲେଶ୍ଵର, (ଓଡିଶା ଟାଇମ୍) : କରୋନା କବଳରେ ବାଲେଶ୍ୱର ସହକାରୀ ବନ ସଂରକ୍ଷକ । ତାଙ୍କର ନମୁନା ପଜିଟିଭ ବୋଲି ଜଣାପଡିବା ପରେ ଆଜିଠାରୁ ଦୁଇ ଦିନ ପର୍ଯ୍ୟନ୍ତ କାର୍ଯ୍ୟାଳୟକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରହିବ ଅଫିସ । ଏହି ଦୁଇ ଦିନ ପାଇଁ ବନଖଣ୍ଡ ଅଧିକାରୀ ତଥା ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କ କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟଳୟରେ କାର୍ୟ୍ୟରତ ସମସ୍ତ କର୍ମଚାରୀ ଏବଂ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛି ବନବିଭାଗ ।
ଅନ୍ୟପଟେ ବାଲେଶ୍ୱର ଜିଲ୍ଲାରେ ଆଜି ୬୧ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି | ସ୍ୱାସ୍ଥ୍ୟ ବିଭାଗର ୱେବସାଇଟ ସୂଚନା ମୁତାବକ ବାଲେଶ୍ୱର ଜିଲ୍ଲାରେ ସମୁଦାୟ ୫୫୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪୨୦ ଜଣ ସୁସ୍ଥ ହୋଇଛନ୍ତି ଓ ଏବେ ୧୩୨ଟି ସକ୍ରିୟ ମାମଲା ରହିଛି |