ଅନ୍ୟ ଜିଲାର ପୁଲିସଙ୍କୁ ପୁରୀ ମନା

ଭୁବନେଶ୍ବର, (ଓଡିଶା ଟାଇମ୍) : ବାହାର ଜିଲାର ପୁଲିସଙ୍କୁ ପୁରୀ ଯିବା ପାଇଁ ବାରଣ କରାଯାଇଛି। ଶ୍ରୀଜିଉଙ୍କ ଦର୍ଶନରେ ସ୍ବଚ୍ଛତା ଅବଲମ୍ବନ ଲାଗି ଡିଜିପି ଶ୍ରୀ ଅଭୟ ନିର୍ଦେଶ ଦେଇଛନ୍ତି।

ସୂଚନାଅନୁସାରେ, ମହାପ୍ରଭୁଙ୍କ ନିଳାଦ୍ରୀବିଜେ ନହେବା ଯାଏଁ ପୁରୀରେ କଟକଣା ଲାଗୁ କରାଯାଇଛି । ଏବେ ଡ଼୍ୟୁଟି ଥିବା ପୁଲିସ ବ୍ୟତୀତ ଅନ୍ୟ ସମସ୍ତ ପୋଲିସଙ୍କୁ ପୁରୀ ଯିବାକୁ ମନା କରାଯାଇଛି । ପୁରୀକୁ ଅନ୍ୟ ପୋଲିସ କିମ୍ବା ତାଙ୍କ ପରିବାର ଲୋକେ ଯାଇପାରିବେନି । ୪ଜୁଲାଇ ପର୍ଯ୍ୟନ୍ତ ଡ଼୍ୟୁଟି ନଥିବା ପୁଲିସଙ୍କୁ ପୁରୀ ଯିବାକୁ ଅନୁମତି ନାହିଁ । ଏନେଇ ସବୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ଡ଼ିଜିପି ଚିଠି ମାଧ୍ୟମରେ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *