ଜେଲ୍ ଭିତରେ ଚାଲିଛି ଧଳା ଜହରର କାରବାର

ଭୁବନେଶ୍ବର, (ଓଡିଶା ଟାଇମ୍) : ଜେଲ୍ ଭିତରେ ଚାଲିଛି ବ୍ରାଉନସୁଗାର ବେପାର । ପୁଡିଆ ବନ୍ଧା ଚାଲିଛି । ଫୋନରେ କାରବାର ଚାଲିଛି । ଆଉ ଏସବୁ କାରବାର ଚଳାଇଛନ୍ତି ବ୍ରାଉନସୁଗାର ମାଫିଆ । ଜେଲ୍ ର ସେଲ୍ ଭିତରେ ଏସବୁ କାରବାର ଚାଲିଛି ବେଧଡକ । ଜେଲ୍ ର ନିଷିଦ୍ଧ କୋଠରୀ ଭିତରେ ଏସବୁ କାରବାର ଚାଲିଛି । ଯେଉଁମାନଙ୍କୁ ବ୍ରାଉନସୁଗାର ଚୋରା କାରବାର ପାଇଁ ଗିରଫ କରାଯାଇ ଜେଲ୍ ଭିତରେ ରଖାଯାଇଛି ସେମାନେ ହିଁ ସାଜିଛନ୍ତି ବ୍ରାଉନସୁଗାର କାରବାରର ମୁଖ୍ୟ କାର୍ପଟଦାର । ଜେଲ୍ କର୍ମଚାରୀ ଜଗିଛନ୍ତି । ଆଉ ସମସ୍ତଙ୍କ ନାକ ତଳେ ଏସବୁ କାରବାର ଚାଲିଛି । କେବଳ ବିକ୍ରି ହେଉଛି, ତା ନୁହେଁ। କଏଦୀ ମାନେ ଏସବୁ ଖୋଲାଖୋଲି ସେବନ ମଧ୍ୟ କରୁଛନ୍ତି । ବ୍ରାଉନ୍ସୁଗର ସହ ଗଞ୍ଜେଇ, ସିଗାରେଟ୍ ଭଳି ସବୁ ପ୍ରକାର ମାଦକ ଦ୍ରବ୍ୟର କାରବାର ହେଉଛି ଏହି ଜେଲ୍ ଭିତରେ । ଏଥିପାଇଁ ସେମାନଙ୍କର କାହାକୁ ଡର ଭୟ ବି ନାହିଁ । ଜେଲ୍ କର୍ତ୍ତୃପକ୍ଷ ସବୁ ଜାଣି ଚୁପ୍ ରହୁଥିବା ଅଭିଯୋଗ ହେଉଛି । ସବୁଠୁ ବଡ଼ କଥା ହେଉଛି, ଖୋର୍ଦ୍ଧା ଜେଲ୍ ଭିତରେ ମାଳ ମାଳ ମୋବାଇଲ ବ୍ୟବହାର ମଧ୍ୟ ହେଉଛି । ମନଇଚ୍ଛା ଗପୁଛନ୍ତି ଅନ୍ତେବାସୀ । ତେବେ ଜେଲ୍ ଭିତରକୁ ଏଭଳି ମାଦକ ଦ୍ରବ୍ୟ ସମ୍ପୂର୍ଣ୍ଣ ବାରଣ ରହିଥିଲେ ମଧ୍ୟ କିଭଳି ଜେଲ୍ ଭିତରକୁ ଯାଉଛି, ତାକୁ ନେଇ ପ୍ରଶ୍ନ ଉଠିଛି ।

Leave a Reply

Your email address will not be published.