ରାଜ୍ୟରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଶୌଚାଳୟ ଫି’ ଛାଡ଼

ଭୁବନେଶ୍ୱର,(ଓଡ଼ି଼ିଶା ଟାଇମ୍‍): ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଥିବା ୧୧୪ ଶୌଚାଳୟରେ ୟୁଜର୍ସ ଫି ଆଦାୟ ନକରିବାକୁ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦେଶ ଜାରି କରିଛନ୍ତି । ଫଳରେ ଏହି ଶୌଚାଳୟ ଗୁଡ଼ିକରେ ଥିବା ୧୧ହଜାର ୨୨୭ ପାଇଖାନା, ଗାଧୁଆଘର ଓ ପରିଶ୍ରାଗାରକୁ ଯେକୌଣସି ଲୋକ ମାଗଣାରେ ବ୍ୟବହାର କରିପାରିବେ । ବିଶେଷ କରି ସାମ୍ପ୍ରତିକ ସ୍ଥିତିରେ କରୋନା ସଂକ୍ରମଣ ଭୟକୁ ରୋକିବା ଏବଂ ଦିନ ମଜୁରିଆ ଓ ରାସ୍ତା କଡ଼ ବ୍ୟବସାୟୀଙ୍କୁ ସହାୟକ ହେବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଥିବା ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ ସୂଚନା ଦେଇଛନ୍ତି ।

ଏହି ଶୌଚାଳୟସବୁ ବିଭିନ୍ନ ମ୍ୟୁନିସିପାଲିଟି ଏବଂ ସୁଲଭ ଇଣ୍ଟରନ୍ୟାସନାଲ୍‍ ଦ୍ୱାରା ପରିଚାଳିତ ହୋଇ ଆସୁଛି । ଏଣୁ ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ସଂସ୍ଥା ଓ ମ୍ୟୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ମ୍ୟୁନିସିପାଲିଟି କମିଶନରମାନଙ୍କୁ ଶଅୀ ମାଥିବାଥନନ୍‍ ପତ୍ର ଲେଖିଛନ୍ତି ।

ପ୍ରମୁଖ ସଚିବ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ ସରକାରଙ୍କର ଏଭଳି ନିଷ୍ପତ୍ତି କେବଳ ଖୋଲାରେ ମଳତ୍ୟାଗକୁ ରୋକିବା ନୁହେଁ, ବରଂ ଅଧିକରୁ ଅଧିକ ଲୋକଙ୍କୁ ଉନ୍ନତ ପରିମଳ ସୁବିଧା ପ୍ରଦାନ କରିବା ସହିତ ସେମାନଙ୍କର ଜୀବନ ଧାରଣ ମାନରେ ଉନ୍ନତି ଆଣିବା ଲକ୍ଷ୍ୟ ରଖିଛି । କାରଣ କରୋନା ଏବେ ଦିନ ମଜୁରିଆ ଓ ସହରର ଗଳି କନ୍ଦିରେ ବ୍ୟବସାୟ କରୁଥିବା ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛିା

ସେହିଭଳି ସହରାଞ୍ଚଳରେ ଅର୍ବାନ ୱେଜ ଏମ୍ପ୍ଲୟମେଣ୍ଟ ଇନିସିଏଟିଭ (ୟୁଡବ୍ଲ୍ୟୁଇଆଇ) ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଏହା ଅଧିନରେ ପୌର ସଂସ୍ଥା ଗୁଡିକ ବିଭିନ୍ନ ଉନ୍ନୟନ କାର୍ଯ୍ୟ ହାତକୁ ନେଇଛନ୍ତି । ଏହା ଦ୍ୱାରା ବର୍ତ୍ତମାନ ଥିବା ପରିମଳ ବ୍ୟବସ୍ଥା ଉପରେ ଅଧିକ ଚାପ ପଡିବାକୁ ଥିବାରୁ ଗୃହ ଓ ନଗର ଉନ୍ନୟନ ବିଭାଗ ବିଭାଗ ପକ୍ଷରୁ ଆଜି ଏହି ମର୍ମରେ ଶୌଚାଳୟରୁ ଫି ଛାଡ ପାଇଁ ପତ୍ର ଲେଖାଯାଇଛି । ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ସହରାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଉନ୍ନତ ପରିମଳ ବ୍ୟବସ୍ଥା ଯୋଗାଣ ସକାଶେ ସାଧାରଣ ଶୌଚାଳୟ, ଗୋଷ୍ଠୀ ଶୌଚାଳୟ ଓ ହାଇବ୍ରିଡ୍‍ ଶୌଚାଳୟ ବ୍ୟବହାର ସହିତ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହା ଉପରୁ ବ୍ୟବହାରିକ ଦେୟ ଛାଡି ପାଇଁ କୁହାଯାଇଛି ।

Leave a Reply

Your email address will not be published.