#OdishaFightsWithCorona: ମୋଟ ସଂଖ୍ୟା ୧୭୯କୁ ବୃଦ୍ଧି
ଭୁବନେଶ୍ୱର(ଓଡ଼ିଶା ଟାଇମ୍): ମହାମାରୀ କରୋନା ସହ ଲଢୁଛି ଓଡ଼ିଶା। ନିରନ୍ତର ଭାବେ କରୋନାକୁ ହରାଇବା ପାଇଁ ଉଦ୍ୟମ କରାଯାଉଛି। ତଥାପି କମୁନି ସଂକ୍ରମଣ। ଫଳରେ ସମସ୍ୟା ବଢ଼ିବାରେ ଲାଗିଛି ଏବଂ ସାଧାରଣରେ ଚିନ୍ତା ମଧ୍ୟ ବଢୁଛି। ଏଭଳି ସ୍ଥିତିରେ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୧୭୯କୁ ବୃଦ୍ଧି ପାଇଛି।
ସୂଚନା ଅନୁସାରେ ବୁଧବାର ମଧ୍ୟାହ୍ନରେ ଦୁଇ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ବାଲେଶ୍ୱର ଓ ଜଣେ ଯାଜପୁର ଜିଲ୍ଲାର ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହାକୁ ମିଶାଇ ଆଜି ରାଜ୍ୟରେ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ପଜିଟିଭ୍ ଚିହ୍ନଟ ଜଣଙ୍କ ଗଞ୍ଜାମ ଜିଲ୍ଲାର ଏବଂ ସେ କିଛି ଦିନ ତଳେ ସୁରାଟରୁ ଫେରିଥିଲେ। ସେହିପରି ବାଲେଶ୍ୱର ଓ ଯାଜପୁରରୁ ଚିହ୍ନଟ ହୋଇଥିବା ୨ ସଂକ୍ରମିତଙ୍କ ପଶ୍ଚିମବଙ୍ଗ ସହ ଲିଙ୍କ୍ ରହିଛି। ସେମାନେ କିଛିଦିନ ତଳେ ପଶ୍ଚିମବଙ୍ଗରୁ ପେରିଥିଲେ ଏବଂ ସେମାନଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯାଇଥିଲା।